ETV Bharat / bharat

ଦେଶରେ ପୁଣି ଜଣେ ଡାକ୍ତର କୋରୋନା ସଂକ୍ରମିତ - corona update

ଡରାଉଛି କୋରୋନା । ଦେଶରେ ହୁହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିଲ୍ଲୀର ପୁଣି ଜଣେ ଡାକ୍ତରଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

ଦେଶରେ ପୁଣି ଜଣେ ଡାକ୍ତର କୋରୋନା ସଂକ୍ରମିତ
ଦେଶରେ ପୁଣି ଜଣେ ଡାକ୍ତର କୋରୋନା ସଂକ୍ରମିତ
author img

By

Published : Mar 31, 2020, 5:38 PM IST

ନୂଆଦିଲ୍ଲୀ: ମୋହଲ୍ଲା କ୍ଲିନିକର ଜଣେ ଡାକ୍ତର କୋରୋନା ସଂକ୍ରମିତ । ରିପୋର୍ଟ ଜଣାପଡିବା ପରେ ଦିଲ୍ଲୀ ଉତ୍ତର-ପୂର୍ବର ବାବରପୁର ଅଞ୍ଚଳକୁ ଜାରି ହୋଇଛି ନୋଟିସ। ନୋଟିସରେ କୁହାଯାଇଛି, ଗତ ମାର୍ଚ୍ଚ 12ରୁ 20 ଭିତରେ ଯେଉଁମାନେ କ୍ଲିନିକ ଆସିଥିଲେ ସେମାନେ ବର୍ତ୍ତମାନ ଠାରୁ 15 ଦିନ କ୍ବାରେଣ୍ଟିନ ରହିବେ । ସେହିପରି ହରିଆଣାର ପଞ୍ଚକୁଲା ଅଞ୍ଚଳରେ ଜଣେ ନର୍ସ କୋରୋନା ଚିହ୍ନଟ ହେବା ପରେ ତାଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି ।

ସୂଚନାଯୋଗ୍ୟ, ବାବରପୁର ଅଞ୍ଚଳର ମୋହଲ୍ଲା କ୍ଲିନକର ଉକ୍ତ ଡାକ୍ତରଙ୍କ ଠାରେ କୋରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା । ଏହା ପରେ ଡାକ୍ତର ଓ ତାଙ୍କର ସପରିବାର ସହ କ୍ଲିନିକର ସମସ୍ତ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି । ଏହା ପୂର୍ବରୁ ପୂର୍ବ ଦିଲ୍ଲୀର ମୌଜପୁର ଅଞ୍ଚଳର ମୋହଲ୍ଲା କ୍ଲିନିକ ଡାକ୍ତରଙ୍କ କୋରୋନା ଆକ୍ରାନ୍ତ ଜଣାପଡିବା ପରେ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ସଂକ୍ରମିତ ହୋଇଥିଲେ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ କୋରୋନା ମାମଲା 1420ରେ ପହଞ୍ଚିଥିବାବେଳେ, 142 ଜଣ ସୁସ୍ଥ ହେଲେଣି । ଏବେ ସୁଦ୍ଧା 41 ଜଣଙ୍କ ପ୍ରାଣହାନୀ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.