ETV Bharat / bharat

ଦିଲ୍ଲୀ ପୋଲିସ ପାଇଁ ସ୍ବତନ୍ତ୍ର କୋଭିଡ 19 ବ୍ୟବସ୍ଥା ନିର୍ଦ୍ଦେଶ - Delhi police

ଦିଲ୍ଲୀ ପୋଲିସ ବିଭାଗରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଉପରାଜ୍ୟପାଳ । ଅଧିକ ପଢନ୍ତୁ...

ଦିଲ୍ଲୀ ପୋଲିସ ପାଇଁ ସ୍ବତନ୍ତ୍ର କୋଭିଡ 19 ବ୍ୟବସ୍ଥା ନିର୍ଦ୍ଦେଶ

author img

By

Published : Apr 23, 2020, 8:17 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ପାଇଁ ସ୍ବତନ୍ତ୍ର କୋଭିଡ 19 ବ୍ୟବସ୍ଥା କରିବାକୁ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କେବଳ ପୋଲିସ ଅଧିକାରୀଙ୍କ ସାମ୍ପଲ ଟେଷ୍ଟ ସହ ଚିକିତ୍ସା ବ୍ୟବସ୍ଥା ରହିବ । ଏଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ଦିଲ୍ଲୀ ପୋଲିସ ବିଭାଗରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଉପରାଜ୍ୟପାଳ । ଏହାସହ ସେ ବାହାରେ 24 ଘଣ୍ଟା କାମ କରୁଥିବା ପୋଲିସ କର୍ମୀଙ୍କ ପାଇଁ ଏକ ସ୍ବତନ୍ତ୍ର ଟେଷ୍ଟିଂ ସେଣ୍ଟର ତିଆରି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ପୋଲିସ କର୍ମୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ଲକ୍ଷ୍ୟ ନେଇ ଅନୀଲ ବୈଜଲ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବୁଧବାର ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲରେ କାର୍ଯ୍ୟରତ ଜଣେ ହେଡ କନେଷ୍ଟବଳଙ୍କ କୋଭିଡ 19 ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କୁ ଆଇସୋଲେସନରେ ରଖାଯିବା ସହ ଚାକିରୀରୁ ସାମୟିକ ଅବ୍ୟାହତି ଦିଆଯାଇଛି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା 71 ଜଣ ପୋଲିସ କର୍ମୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.