ETV Bharat / bharat

ଦିଲ୍ଲୀରେ ମେଟ୍ରୋ ସେବା ପୁନଃଆରମ୍ଭ କରିବାକୁ ଉପରାଜ୍ୟପାଳଙ୍କ ସମର୍ଥନ

author img

By

Published : Sep 2, 2020, 2:56 PM IST

ଦିଲ୍ଲୀରେ ମେଟ୍ରୋ ସେବା ପୁନଃ ଆରମ୍ଭ କରିବାକୁ ସମର୍ଥନ ଜଣାଇଛନ୍ତି ଉପରାଜ୍ୟପାଳ ଅନିଲ ବାଇ ଜଲ । ଆଜି ଅନୁଷ୍ଠିତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ର ଏକ ବୈଠକରେ ବାଇଜଲଙ୍କ ଅନୁମୋଦନ ଆସିଛି।

ଦିଲ୍ଲୀରେ ମେଟ୍ରୋ ସେବା ପୁନଃ ଆରମ୍ଭ କରିବାକୁ ଉପରାଜ୍ୟପାଳଙ୍କ ସମର୍ଥନ

ନୂଆଦିଲ୍ଲୀ: ଦିଲ୍ଲୀରେ ମେଟ୍ରୋ ସେବା ପୁନଃ ଆରମ୍ଭ କରିବାକୁ ସମର୍ଥନ ଜଣାଇଛନ୍ତି ଉପରାଜ୍ୟପାଳ ଅନିଲ ବାଇ ଜଲ । ଆଜି ଅନୁଷ୍ଠିତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ର ଏକ ବୈଠକରେ ବାଇଜଲଙ୍କ ଅନୁମୋଦନ ଆସିଛି।

ଏହି ବୈଠକରେ ବାଇଜଲଙ୍କ ବ୍ୟତୀତ କେଜ୍ରିୱାଲ, ଡେପୁଟି ସିଏମ ମନୀଷ ସିସୋଡିଆ, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ମାର୍ଚ୍ଚ 22 (ଜନତା କର୍ଫ୍ୟୁ) ଠାରୁ ଦିଲ୍ଲୀ ମେଟ୍ରୋ କାର୍ଯ୍ୟ ବନ୍ଦ ରହିଛି। ଗୃହ ମନ୍ତ୍ରଣାଳୟ ଅନଲକ୍ 4 ରେ ମେଟ୍ରୋ ସେବାକୁ ଅନୁମତି ଦେବା ପରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ଘୋଷଣା କରିଛି ଯେ ସେପ୍ଟେମ୍ବର 7 ରୁ କାଲିବ୍ରେଟେଡ୍ ଢଙ୍ଗରେ ଏହାର ସେବା ଆରମ୍ଭ କରିବ।

ଆସନ୍ତା କିଛି ଦିନ ମଧ୍ୟରେ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ମେଟ୍ରୋ ଉପରେ SOP ଜାରି ହେବା ପରେ ସାଧାରଣ ଜନତାଙ୍କ ଦ୍ବାରା ଏହାର ବ୍ୟବହାର ବିଷୟରେ ଅଧିକ ବିବରଣୀ ଦିଆଯିବ ବୋଲି ଡିଏମଆରସି କହିଛି। କେଜ୍ରିୱାଲ ମଧ୍ୟ MHA ର ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ଦିଲ୍ଲୀ ପରିବହନ ମନ୍ତ୍ରୀ ଏହା ପୂର୍ବରୁ କହିଥିଲେ ଯେ ଯାତ୍ରୀମାନେ କିପରି କୋଭିଡ ନିୟମ ପାଳନ କରିବେ ସେଥିପ୍ରତି ଗୁରୁତ୍ତ୍ବ ଦିଆଯିବ । ସେ କହିଛନ୍ତି ଯେ, ଆମେ ନିଶ୍ଚିତ କରିବୁ ଯେ ମେଟ୍ରୋରେ ସାମାଜିକ ଦୂରତା ବଜାୟ ରହିବ। ପ୍ରବେଶ ସମୟରେ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ। କୌଣସି ଟୋକନ୍ ଦିଆଯିବ ନାହିଁ । ସ୍ମାର୍ଟ କାର୍ଡ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ବ୍ୟବହାର କରାଯିବ । ଗେହଲଟ୍ ଆହୁରି କହିଛନ୍ତି ଯେ, ମେଟ୍ରୋ କାର୍ଯ୍ୟକ୍ଷମ ହେବା ପରେ ବସ୍ ଗୁଡିକରେ ଭିଡ଼ ମଧ୍ୟ ହ୍ରାସ ପାଇବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.