ETV Bharat / bharat

ଲୁଟ ଉଦ୍ୟମ ବେଳେ ଅଟୋରୁ ଖସିପଡି ସାମ୍ବାଦିକ ଗୁରୁତର - ମୋବାଇଲ ଲୁଟେରା

ମୋବାଇଲ ଲୁଟେରାଙ୍କ ଶିକାର ହେଲେ ଜଣେ ସାମ୍ବାଦିକା । ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଗାଡ଼ିରେ ଯାଉଥିବା ବେଳେ ସାମ୍ବାଦିକାଙ୍କୁ ଲୁଟେରାମାନେ ମୋବାଇଲ ଲୁଟ ଉଦ୍ୟମ କରିଥିଲେ । ଫଳରେ ସେ ଗାଡ଼ିରୁ ପଡ଼ିଯାଇ ଗୁରୁତର ହୋଇଛନ୍ତି । ସେପଟେ ଏହି ଘଟଣା ସହରର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@ANI
author img

By

Published : Sep 24, 2019, 7:29 PM IST

ନୂଆଦିଲ୍ଲୀ: ଲୁଟେରାଙ୍କ କବଳରେ ରାଜଧାନୀ ଦିଲ୍ଲୀ । ମଙ୍ଗଳବାର ଏକ ଖବର ସରବରାହ ସଂସ୍ଥାର ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଚ ରାସ୍ତାରେ ଲୁଟ ଉଦ୍ୟମରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଉକ୍ତ ସାମ୍ବାଦିକାଙ୍କ ଠାରୁ ମୋବାଇଲ ଫୋନ ଲୁଟ ଉଦ୍ୟମ ବେଳେ ଗାଡ଼ିରୁ ପଡ଼ିଯାଉ ମହିଳା ଜଣକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଛି । ଲୁଟେରାଙ୍କ ଶିକାର ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ଜୟମାଲା ବାଗଚୀ । ସେ ଏକ ଅଟୋରେ ଯାଉଥିବା ସମୟରେ କିଛି ଲୁଟେରା ତାଙ୍କୁ ପିଛା କରିଥିଲେ । ଏହା ସହିତ ତାଙ୍କ ନିକଟରୁ ମୋବାଇଲ ଫୋନ ଛଡ଼ାଇବାକୁ ଉଦ୍ୟମ ମଧ୍ୟ କରିଥିଲେ ।

ତେବେ ଲୁଟେରାମାନେ ତାଙ୍କୁ ଗାଡ଼ିରୁ ଟାଣି ଦେବାରୁ ସେ ଗାଡ଼ିରୁ ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଏନେଇ ସେ ଥାନାର ଦ୍ବାରସ୍ଥ ହୋଇଥିଲେ । ଏହା ସହିତ ଦିଲ୍ଲୀ ମହିଳା କମିଶନ ଏ ସମ୍ପର୍କରେ ସୂଚନା ପାଇବା ପରେ କମିଶନ ମଧ୍ୟ ଘଟଣାର ତଦନ୍ତ ପାଇଁ ପୋଲିସକୁ ମଧ୍ୟ ଏକ ପତ୍ର ମାଧ୍ୟମରେ ଜଣାଇଛି ।

ଏନେଇ ଦିଲ୍ଲୀ ପୋଲିସ ଲୋକସମ୍ପର୍କ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ଘଟଣା ଘଟିଥିବା ସ୍ଥାନରେ ଲାଗିଥିବା ସିସିଟିଭିର ଫୁଟେଜ ଯାଞ୍ଚ କରାଯାଉଛି । ଏହା ସହିତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପୋଲିସ ହାତରେ ଲାଗିଛି । ଅଭିଯୁକ୍ତମାନେ ଖୁବ ଶୀଘ୍ର ଧରାପଡ଼ିବେ ବୋଲି ସେ କହିଛନ୍ତି ।

ସେହିଭଳି ଦିଲ୍ଲୀ ମହିଳା ଆୟୋଗ କହିଛନ୍ତି ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ । ଦିଲ୍ଲୀରେ ଅଧିକାଂଶ ସମୟରେ ମହିଳାଙ୍କ ଠାରୁ ଲୁଟପାଟ ଘଟଣା ସାମ୍ନାକୁ ଆସୁଛି । ସାମ୍ବାଦିକ ମଧ୍ୟ ଏଠାରୁ ସୁରକ୍ଷିତ ନୁହନ୍ତି । ତେବେ ଏହି ଘଟଣାର ତଦନ୍ତ ହେବା ସହିତ ଦୋଷୀମାନଙ୍କୁ ଖୁବ ଶୀଘ୍ର ଗିରଫ କରିବାକୁ ଦାବି କରିଛି ଆୟୋଗ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.