ନୂଆଦିଲ୍ଲୀ: ଲଣ୍ଡନରେ ଅର୍ଥ ହେରଫେର ମାମଲାରେ ଫସିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କର ଦିଲ୍ଲୀ ହାଇକୋର୍ଟରେ ଜାମିନ ଯାଚିକା ଶୁଣାଣି ହେବ । ରବର୍ଟ ଲଣ୍ଡନରେ ଅର୍ଥ ହେରଫେର କରି ସମ୍ପତ୍ତି କିଣିବା ନେଇ ଅଭିଯୋଗ ରହିଛି । ହାଇକୋର୍ଟରେ ପୂର୍ବ ରାୟର ଶୁଣାଣିକୁ ଇଡି ରବର୍ଟଙ୍କ ଅଗ୍ରିମ ଜାମିନକୁ ବିରୋଧ କରିଥିଲା । ଏହାସହ ରବର୍ଟଙ୍କୁ ହେପାଜତରେ ରଖି ପଚରାଉଚୁରା କରିବେ ବୋଲି ଅନୁମତି ମାଗିଥିଲେ ।
ସୂଚନା ଥାଉକି, ରବର୍ଟ ଭଦ୍ରାଙ୍କୁ ନିମ୍ନ ଅଦାଲତ ଦ୍ବାରା ଏହି ମାମାଲରେ ଜାମିନ ମିଳିଛି । ଏହାକୁ କିନ୍ତୁ ବିରୋଧ କରିଥିଲା ଇଡି ଏବଂ ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛନ୍ତି । ତଦନ୍ତ ଏଜେନ୍ସିର କହିବା କଥା ହେଲା ରବର୍ଟ ଭଦ୍ରାଙ୍କୁ ପଚରାଉଚୁରା କରିବା ନିହାତି ଆବଶ୍ୟକତା ରହିଛି । କାରଣ ସେ ଏହି ମାମଲାରେ ସହଯୋଗ କରୁ ନାହାଁନ୍ତି ।
ସେପଟେ କିନ୍ତୁ ଭଦ୍ରାଙ୍କ ଓକିଲ ଏହି ଅଭିଯୋଗକୁ ଖାରଜ କରିଛନ୍ତି । ଭଦ୍ରାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ ଯେତେବେଳ ବି ତଦନ୍ତକାରୀ ଦଳ ଭଦ୍ରାଙ୍କୁ ପଚରାଉଚୁରା ପାଇଁ ଡାକିଛନ୍ତି ସେତେବେଳେ ତାଙ୍କ ସାମ୍ନାରେ ସେ ଉପସ୍ଥିତ ହୁଅନ୍ତି । ଏହି ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଭଦ୍ରା ।