ETV Bharat / bharat

ଦିଲ୍ଲୀ ହିଂସା: ମଧ୍ୟରାତ୍ରିରେ ଶୁଣାଣି କଲେ ହାଇକୋର୍ଟ

author img

By

Published : Feb 26, 2020, 10:48 AM IST

ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ମାମଲାର ଶୁଣାଣି ମଙ୍ଗଳବାର ମଧ୍ୟରାତ୍ରିରେ ହୋଇଛି । ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣି କରି ମୁସ୍ତଫାବାଦର ଡାକ୍ତରଖାନାରୁ ଆହତ ବ୍ୟକ୍ତିଙ୍କୁ ନିରାପଦରେ ସ୍ଥାନାନ୍ତର କରି ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

delhi violence
ଦିଲ୍ଲୀ ହିଂସା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ମଧ୍ୟରାତ୍ରିରେ ଶୁଣାଣି କଲେ ଦିଲ୍ଲୀ ହାଇକୋର୍ଟ । ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ମାମଲାର ଶୁଣାଣି ମଙ୍ଗଳବାର ମଧ୍ୟରାତ୍ରିରେ ହୋଇଛି । ଜଷ୍ଟିସ ଏସ ମୁରଲୀଧରଙ୍କ ବାସଭବନରେ ଏହି ଶୁଣାଣି ହୋଇଥିଲା । ଶୁଣାଣିରେ ମୁସ୍ତଫାବାଦର ଡାକ୍ତରଖାନାରୁ ଆହତ ବ୍ୟକ୍ତିଙ୍କୁ ନିରାପଦରେ ସ୍ଥାନାନ୍ତର କରି ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ ।

ଉତ୍ତର ଦିଲ୍ଲୀର ମୁସ୍ତଫାବାଦର ଅଲ୍‌ ହିନ୍ଦ୍‌ ହସ୍‌ପିଟାଲ୍‌ରୁ ନିରାପଦ ରାସ୍ତାରେ ଆମ୍ବୁଲାନ୍‌ସ୍‌ ଯୋଗେ ଆହତଙ୍କୁ ଜିଟିବି ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା କରାଯାଉ ବୋଲି ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ଯାଚିକା ଦାଖଲ ହୋଇଥିଲା । ତେବେ ଏହି ଯାଚିକା ଦାଖଲ ହେବା ସମୟରେ ହାଇକୋର୍ଟର ମୁଖ୍ୟ ବିଚାରପତି ଉପଲବ୍ଧ ନଥିଲେ । ତେଣୁ ବରିଷ୍ଠତମ ବିଚାରପତି ଜିଏସ ସିସ୍ତାନୀ ଜଷ୍ଟିସ ମୁରଲୀଧରଙ୍କ ବାସଭବନରେ ସ୍ବତନ୍ତ୍ର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଦିଲ୍ଲୀ ହାଇକୋର୍ଟ

ଏହି ଶୁଣାଣି ସମୟରେ ଆଡ୍‌ଭୋକେଟ୍‌ ଲୁରୁର ମନ୍ଦର୍‌ ବିଚାରପତିଙ୍କୁ ‘ଅଲ୍‌ ହିନ୍ଦ୍‌ ହସ୍‌ପିଟାଲ୍‌’ର ଡାକ୍ତର ଅନ୍‌ଓ୍ଵାର୍‌ଙ୍କ ସହ ସ୍ପିକର୍‌ ଫୋନ୍‌ ଜରିଆରେ କଥାବାର୍ତ୍ତା କରାଇ ଦେଇଥିଲେ । ଡାକ୍ତର ବିଚାରପତିଙ୍କୁ କହିଥିଲେ ଯେ, ଡାକ୍ତରଖାନାରେ ୨ଜଣ ମୃତ ଓ ୨୨ ଜଣ ଆହତ ବ୍ୟକ୍ତି ଫସି ରହିଛନ୍ତି । ହସ୍ପିଟାଲ ପ୍ରଶାସନ ପୋଲିସକୁ ଅନେକ ଥର ଫୋନ କରିଥିଲେ, କିନ୍ତୁ ପୋଲିସ କୌଣସି ପ୍ରକାର ସହାୟତା କରିନଥିଲେ । ସେପଟେ ଏହି ଶୁଣାଣି ସମୟରେ ଯୁଗ୍ମ କମିଶନର୍‌ ଆଲୋକ କୁମାର, ଡିସିପି (କ୍ରାଇମ୍‌) ରାଜେଶ ଦେଓ ଓ ଦିଲ୍ଲୀ ସରକାରଙ୍କ କାଉନ୍‌ସେଲ୍‌ ସଞ୍ଜୟ ଘୋଷ ଉପସ୍ଥିତ ଥିଲେ ।

ତେବେ ଶୁଣାଣି ସମୟରେ ଆହତଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ହାଇକୋର୍ଟ । ଏହା ସହିତ ସେମାନଙ୍କୁ ସେହି ହସ୍ପିଟାଲରୁ ସୁରକ୍ଷିତ ଭାବରେ ବାହାର କରିବା ସହ ତୁରନ୍ତ ମେଡିକାଲ ସୁବିଧା ଉପଲବ୍ଧ କରାଇବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ‘ଜିଟିବି’ ହସ୍‌ପିଟାଲ୍‌ରେ ଆହତମାନଙ୍କ ଚିକିତ୍ସା ନ ହୋଇ ପାରେ ତେବେ ‘ଏଲ୍‌ଏନ୍‌ଜେପି’ କିଂବା ‘ମୌଲାନା ଆଜାଦ୍‌’ କିମ୍ବା ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ଆହତଙ୍କର ଚିକିତ୍ସା ବ୍ୟବସ୍ଥା କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.