ନୂଆଦିଲ୍ଲୀ: COVID-19 ରୋଗୀଙ୍କ ପରିଚାଳନା ପାଇଁ ଦିଲ୍ଲୀ ସରକାର ସୋମବାର SOP ଜାରି କରିଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ, ରାପିଡ୍ ଟେଷ୍ଟିଂ ପଦ୍ଧତି ଦ୍ବାରା ପରୀକ୍ଷିତ ରୋଗୀ, ଅଥବା ଯେଉଁମାନଙ୍କ ଅବସ୍ଥା ମଧ୍ୟମ ବା ଗୁରୁତର, ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରାଯିବ । ପୂର୍ବ-ଲକ୍ଷଣ ଦେଖାଉଥିବା ରୋଗୀ, ଯେଉଁମାନଙ୍କ ପାଖରେ ପୃଥକ କୋଠରୀ କିମ୍ବା ଶୌଚାଳୟର ସୁବିଧା ନାହିଁ, ସେମାନଙ୍କୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯିବ।
ନିର୍ଦ୍ଦେଶାବଳୀ ଅନୁଯାୟୀ, RT-PCR ପରୀକ୍ଷା ପଦ୍ଧତି ଦ୍ବାରା ପରୀକ୍ଷିତ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଦ୍ୱାରା କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଡିସ୍ଚାର୍ଜ ନୀତି ଅନୁଯାୟୀ ହୋମ ଆଇସୋଲେସନରେ ଥିବା ରୋଗୀମାନଙ୍କୁ 10 ଦିନ ପରେ ଡିସଚାର୍ଜ କରାଯିବ ।
@ANI