ETV Bharat / bharat

ସମସ୍ତ ବିଶ୍ବ ବିଦ୍ୟାଳୟ ପରୀକ୍ଷା ବାତିଲ କଲେ ଦିଲ୍ଲୀ ସରକାର - delhi govt

କୋରୋନା ମହାମରୀକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ରାଜ୍ୟ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ବାତିଲ କରିବାକୁ କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ସରକାର
ଦିଲ୍ଲୀ ସରକାର
author img

By

Published : Jul 12, 2020, 1:57 AM IST

ନୂଆଦିଲ୍ଲୀ : କୋରୋନା ମହାମରୀକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ବାତିଲ କରିବାକୁ କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଶନିବାର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି । ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ସ୍ଥିର ହୋଇଥିବା ମୂଲ୍ୟାଙ୍କନ ମାପଦଣ୍ଡ ଆଧାରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ତେବେ ଦିଲ୍ଲୀର ଲକ୍ଷ ଲକ୍ଷ ପିଲା ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଆଶ୍ବସ୍ତି ଲାଭ କରିବେ । କୋରୋନାର ଅନିଶ୍ଚିତତା ହେତୁ ପିଲାମାନେ ଏହି ସେମିଷ୍ଟାର ପାଇଁ ଅଧ୍ୟୟନ କରିପାରିନଥିଲେ । ହେଲେ ସେମାନେ ପରୀକ୍ଷା କିପରି ଦେବେ ବୋଲି ସିସୋଦିଆ କହିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏନେଇ ଚିଠି ଲେଖିଛନ୍ତି । କେନ୍ଦ୍ର ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ପାଇଁ ମଧ୍ୟ ସମାନ ନିଷ୍ପତ୍ତି ନେବାକୁ କେଜ୍ରିୱାଲ ଅନୁରୋଧ କରିଛନ୍ତି।

ତେବେ ଏନେଇ ମୁଖ୍ୟମନ୍ତ୍ରୀ ସିସୋଦିଆ କହିଛନ୍ତି, ସ୍କୁଲ ଏବଂ କଲେଜଗୁଡ଼ିକ ଏପର୍ଯ୍ୟନ୍ତ ବନ୍ଦ ରହିଛି । ଯେତେବେଳେ ସ୍କୁଲ ବନ୍ଦ ହେଲା, ସେତେବେଳେ ସେମାନଙ୍କର ପରୀକ୍ଷା ଚାଲିଥିଲା। ପ୍ରଥମରୁ ନବମ ଶ୍ରେଣୀର ପିଲାଙ୍କୁ ପୂର୍ବ ପରୀକ୍ଷାର ଫଳାଫଳ ଆଧାରରେ ପଦନ୍ନୋତି ଦେବାପାଇଁ ଆମେ ନିଷ୍ପତ୍ତି ନେଇଥିଲୁ ବୋଲି ସିସୋଦିଆ କହିଛନ୍ତି । ତେବେ ଦିଲ୍ଲୀ ସରକାର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ । କେନ୍ଦ୍ର ସରକାର ଏଥିରେ ସହମତି ପ୍ରକାଶ କରିଥିଲେ ବୋଲି ସିସୋଦିଆ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.