ETV Bharat / bharat

ଦିଲ୍ଲୀରେ ପୁଣି ଖୋଲିବ ଉଠା ଦୋକାନ, ସରକାର ଦେଲେ ଅନୁମତି - Delhi govt allows street vendors

ସୋମବାର ଦିଲ୍ଲୀ ସରକାର ସହରର ରାସ୍ତା ବ୍ୟବସାୟୀ ବା ଷ୍ଟ୍ରିଟ ହେକର୍ସଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି, ବ୍ୟବସାୟୀମାନେ ସକାଳ 10 ଟାରୁ ରାତି 8 ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାର ଅନୁମତି ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁଣି ଆରମ୍ଭ ହେବ ଷ୍ଟ୍ରିଟ ଭେଣ୍ଡରଙ୍କ ବ୍ୟବସାୟ,

author img

By

Published : Jul 28, 2020, 6:05 PM IST

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ସରକାର ସହରର ଉଠା ଦୋକାନୀଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି, ବ୍ୟବସାୟୀମାନେ ସକାଳ 10 ଟାରୁ ରାତି 8 ଟା ପର୍ଯ୍ୟନ୍ତ ଦୋକାନ ଖୋଲିପାରିବେ । ପୂର୍ବରୁ ଦିଲ୍ଲୀରେ ସାପ୍ତାହିକ ବଜାର ପାଇଁ ଅନୁମିତି ଦିଆଯାଇଥିଲା । ହେଲେ ସପ୍ତାହିକ ବଜାରରେ ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ବିଜୟ ଦେବ ସାପ୍ତାହିକ ବଜାରର ଅନୁମତି ମିଳବ ନାହିଁ ବୋଲି ଆଦେଶ ଦେଇଛନ୍ତି।

ସେହିପରି ଦୋକାନରେ ସମସ୍ତ ଗ୍ରାହକ ମାସ୍କ ପିନ୍ଧିବାକୁ ବାଧ୍ୟ, ସାମାଜିତ ଦୂରତା ବଜାୟ ରଖିବା ସହ ସ୍ବଚ୍ଛତାକୁ ଦୃଷ୍ଟି ଦେବା ନେଇ ଆଦେଶ ଦିଆଯାଇଛି । ଏହି ଅନୁମତି କଣ୍ଟେନମେଣ୍ଟ ଜୋନ ବ୍ୟତିତ ସମସ୍ତ ସ୍ଥାନକୁ ଦିଆଯାଇଛି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ରାସ୍ତାରେ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ସେମାନଙ୍କ ବ୍ୟବସାୟ ପୁନଃ ଆରମ୍ଭ କରିବାକୁ ସରକାର ଏକ ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି। ଏବେ ତାହା ପୁରଣ ହୋଇଛି । କୋରୋନା ମହାମାରୀ ଏବଂ ଏହା ଦ୍ବାରା ସୃଷ୍ଟି ଲକଡାଉନ୍ ଉଭୟ ଛୋଟ ବଡ଼ ବ୍ୟବସାୟଙ୍କୁ ପ୍ରଭାବିତ କରିଛି । ଫଳରେ ଆର୍ଥିକ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.