ETV Bharat / bharat

ନିୟମ କାର୍ଯ୍ୟକାରୀ ହେବାର 24 ଘଣ୍ଟା ନପୁରୁଣୁ ନିଷ୍ପତ୍ତି ବଦଳାଇଲେ ଦିଲ୍ଲୀ ସରକାର - କୋଭିଡ୍ 19

ଜାତୀୟ ରାଜଧାନୀରେ ନସିଂହୋମ୍ ସଂଖ୍ୟା 10 ରୁ 49 ଶର୍ଯ୍ୟା ବିଶିଷ୍ଟ କରିବାର ନିର୍ଦ୍ଦେଶ ଜାରି କରିବାର 24 ଘଣ୍ଚା ନପୁରୁଣୁ ନିଷ୍ପତ୍ତି ବଦଳାଇଛନ୍ତି ଦିଲ୍ଲୀ ସରକାର। ମେଡିକାଲ ପକ୍ଷରୁ ବିରୋଧ ପରେ ସରକାର ଏହି ନିଷ୍ପତ୍ତିରୁ ଓହରି ଯାଇଛନ୍ତି।

ନିୟମ କାର୍ଯ୍ୟକାରୀ କରିବାର 24 ଘଣ୍ଟା ନପୁରୁଣୁ ନିଷ୍ପତ୍ତି ବଦଳାଇଲେ ଦିଲ୍ଲୀ ସରକାର

author img

By

Published : Jun 15, 2020, 2:49 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ନସିଂହୋମ୍ ସଂଖ୍ୟା 10 ରୁ 49 ଶର୍ଯ୍ୟା ବିଶିଷ୍ଟ କରିବାର ନିର୍ଦ୍ଦେଶ ଜାରି କରିବାର 24 ଘଣ୍ଚା ନପୁରୁଣୁ ନିଷ୍ପତ୍ତି ବଦଳାଇଛନ୍ତି ଦିଲ୍ଲୀ ସରକାର। ମେଡିକାଲ ପକ୍ଷରୁ ବିରୋଧ ପରେ ସରକାର ଏହି ନିଷ୍ପତ୍ତିରୁ ଓହରି ଯାଇଛନ୍ତି।

ତେବେ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଓ ନର୍ସିଂହୋମର ସମସ୍ତ ରକ୍ଷକଙ୍କୁ 10 ଟି ବେଡ୍ ରୁ 49 ଶଯ୍ୟା କରିବାର ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହାକୁ ବଦଳାଯାଇଛି ବୋଲି ଦିଲ୍ଲୀ ସରକାର ଏକ ପରିବର୍ତ୍ତିତ ନୋଟିସ ଜାରି କରି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି।

ଦିଲ୍ଲୀରେ ରବିବାର ଦିନ କୋରୋନାଭାଇରସ୍ ରୋଗର ଆଉ ଏକ ଦିନିକିଆ ରେକର୍ଡ ସୃଷ୍ଟି କରିଛି। ଯେଉଁଥିରେ ୨୨୨ ନୂତନ ପଜିଟିଭ୍ ମାମଲା ଏବଂ 56 ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ରାଜଧାନୀରେ ସମୁଦାୟ ମାମଲା ବର୍ତ୍ତମାନ 41,182 କୁ ବୃଦ୍ଧି ପାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଦୁଇଟି ବ୍ୟାକ୍ ଟୁ ବ୍ୟାକ୍ ଉଚ୍ଚ ସ୍ତରୀୟ ବୌଠକ ଡାକିଥିଲେ। ଯେଉଁଠାରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବାଇଜଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇଥିଲେ। ଆସନ୍ତା ଦୁଇ ଦିନ ମଧ୍ୟରେ ପରୀକ୍ଷା ଦ୍ୱିଗୁଣିତ ହେବ ଏବଂ 6 ଦିନ ପରେ ତିନି ଗୁଣକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଅଭାବକୁ ନେଇ ଶାହା କହିଛନ୍ତି ଯେ, ସମସ୍ତ ସୁବିଧା ସହିତ 500 ରେଳ କୋଚକୁ ତୁରନ୍ତ କୋଭିଡ୍ କୋଚରେ ପରିଣତ କରି କେନ୍ଦ୍ର ଯୋଗାଇବାକୁ ନିଷ୍ପତ୍ତି ନେଇଛି। ରେଳ କୋଚ୍ ଯୋଗାଣ ସହିତ ଶଯ୍ୟା ସଂଖ୍ୟା 8,000 ବୃଦ୍ଧି ପାଇବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.