ETV Bharat / bharat

ଛାତ୍ରଛାତ୍ରୀଙ୍କୁ ସ୍ପୋକନ ଇଂଲିଶ ଏବଂ ପର୍ସନାଲିଟି ଡେଭଲପମେଣ୍ଟ କ୍ଲାସ ଦେବେ ଦିଲ୍ଲୀ ସରକାର - ଛାତ୍ରଛାତ୍ରୀ

କୋରୋନା ମହାମାରୀ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ କରାଯାଇଛି । ଏହାମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଚିନ୍ତା ପ୍ରକଟ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନିଷ ଶିଶୋଦିଆ ବହୁ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି ।

class
ଛାତ୍ରଛାତ୍ରୀଙ୍କୁ ସ୍ପୋକନ ଇଂଲିଶ ଏବଂ ପର୍ସନାଲିଟି ଡେଭଲପମେଣ୍ଟ କ୍ଲାସ ଦେବେ ଦିଲ୍ଲୀ ସରକାର
author img

By

Published : May 3, 2020, 6:46 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ କରାଯାଇଛି । ଏହାମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଚିନ୍ତା ପ୍ରକଟ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନିଷ ଶିଶୋଦିଆ ବହୁ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି ।

ଶିକ୍ଷା ବିଭାଗର ଉପଦେଷ୍ଚା, ଅଧିକାରୀ, ଶିକ୍ଷକ ,ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସହ ‘ପ୍ୟାରେଣ୍ଟିଙ୍ଗ ଇନ ଦଟାଇମ ଅଫ୍ କୋରୋନା’ର 5 ସର୍ତ୍ତ ବିଶିଷ୍ଠ ବୈଠକ କରିଥିଲେ । ମନିଷ ଶିଶୋଦିଆ କହିଛନ୍ତି କି, ଆମର ଏହି ବୈଠକ ଦିଲ୍ଲୀ ସରକାରଙ୍କ ଟିମ ଏବଂ ତାଙ୍କର ବିଭିନ୍ନ ପଦର ସମୀକ୍ଷା କରିବା ପାଇଁ କରାଯାଇଥିଲା ।

ଏଥିସହ ସେ କହିଛନ୍ତି, ଆମେ ବର୍ତ୍ତମାନ ଅନଲାଇନ କ୍ଲାସ ଆରମ୍ଭ କରିଛୁ । ଯାହା ନିୟମିତ କ୍ଲାସ ପରି ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧି ହେବ । କିଛି ଛାତ୍ରଙ୍କ ପାଖରେ ଉତ୍ତମମାନର ଇଣ୍ଟରନେଟ ରହିଛି ଏବଂ କିଛି ଛାତ୍ରଙ୍କ ପାଖରେ ନାହିଁ । ଏଣୁ ମୁଁ ଏହା ଜାଣିବାକୁ ଚାହୁଁଛି ଯେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ଏବଂ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ଏଥିରେ ନିୟୋଜିତ କରିବାକୁ ପ୍ରୟାସ ଚାଲିଛି ।

ଏଥସହ ଦିଲ୍ଲୀ ସରକାରଙ୍କ ଦ୍ବାରା ଦଶମ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଏବଂ ପର୍ସନାଲିଟି ଡେଭଲପମେଣ୍ଟ କ୍ଲାସ ଦେବାକୁ ଯୋଜନା କରାଯାଉଛି । ତେବେ ସୋମବାର ଠାରୁ ଏହି ଏହା ଆରମ୍ଭ ହେବ । ତେବେ ଏହି କ୍ଲାସ ବ୍ରିଟିଶ କାଉନସିଲ୍ ଏବଂ ମ୍ଯାକମିଲନ ଏଜୁକେଶନ ର ସହଯୋଗରେ କରାଯିବ ।

ଶିକ୍ଷା ବିଭାଗ ନିର୍ଦ୍ଦେଶକ ବିନୟ ଭୂଷଣ କହିଛନ୍ତି ଯେ, ଦଶମ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ସ୍ପୋକନ ଇଂଲିଶ ଏବଂ ପର୍ସନାଲିଟି ଡେଭଲପମେଣ୍ଟ କ୍ଲାସ ବର୍ତ୍ତମାନ ସମୟରେ ଆବଶ୍ୟକ ସ୍କିଲ ଶିଖିବାରେ ସାହାର୍ଯ୍ୟ କରିବ । ଏହି କ୍ଲାସ ମେରୁ ଜୁନ ଯାଏଁ ଚାଲିବ ଏବଂ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବଢାଇବ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶକ ବିନୟ ଭୂଷଣ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.