ETV Bharat / bharat

ମିଳୁନି ଟିକସ, 5584 କମ୍ପାନୀକୁ ନୋଟିସ ପଠାଇଲେ ଦିଲ୍ଲୀ ସରକାର

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦିଲ୍ଲୀ ସରକାରଙ୍କୁ ଟିକସ ଦେଉନଥିବା ହେତୁ ଏବେ କମ୍ପାନୀ ଓ ବ୍ୟବସାୟୀଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ସରକାର । ଗତ ତ୍ରୈମାସିକରେ ଟ୍ୟାକ୍ସ ଦେଇନଥିବା କିମ୍ବା କମ ଟିକସ ଦେଇ ଥିବା କମ୍ପାନୀଗୁଡିକୁ ଦିଲ୍ଲୀ ସରକାର ନୋଟିସ୍ ପଠାଇବା ଆରମ୍ଭ କରିଛନ୍ତି ।

author img

By

Published : Aug 8, 2020, 9:46 PM IST

ଟିକସ ଦେଉ ନାହାନ୍ତି କମ୍ପାନୀ, 5584 କମ୍ପାନୀକୁ ନୋଟିସ ଜାରି କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦିଲ୍ଲୀ ସରକାରଙ୍କୁ ଟିକସ ଦେଉନଥିବା ହେତୁ ଏବେ କମ୍ପାନୀ ଓ ବ୍ୟବସାୟୀଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ସରକାର । ଗତ ତ୍ରୈମାସିକରେ ଟ୍ୟାକ୍ସ ଦେଇନଥିବା କିମ୍ବା କମ ଟିକସ ଦେଇଥିବା କମ୍ପାନୀଗୁଡିକୁ ଦିଲ୍ଲୀ ସରକାର ନୋଟିସ୍ ପଠାଇବା ଆରମ୍ଭ କରିଛନ୍ତି ।

ଏନେଇ ଏକ ରିପୋର୍ଟରୁ ଜଣାପଡିଛି ଯେ, ତ୍ରୈମାସରେ ପ୍ରାୟ 10800 କମ୍ପାନୀ କୌଣସି ଟିକସ ଦେଇନାହାନ୍ତି କିମ୍ବା ଦିଲ୍ଲୀ ସରକାରଙ୍କୁ କମ ଟିକସ ଦେଇଛନ୍ତି । ଜିଏସଟି ଆକ୍ଟ 3A ଅନୁଯାୟୀ ଟିକସ ରିଟର୍ଣ୍ଣ ଦାଖଲ କରି ନଥିବା ହେତୁ ଦିଲ୍ଲୀ ସରକାର 5584 କମ୍ପାନୀଙ୍କୁ ନୋଟିସ ପଠାଇଛନ୍ତି । ଆହୁରି ମଧ୍ୟ 36 ଟି କମ୍ପାନୀକୁ ନୋଟିସ୍ ଜାରି କରାଯାଇଛି ଯେଉଁମାନେ ଭ୍ୟାଟ୍ ରିଟର୍ନ ଦାଖଲ କରିନାହାଁନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍, ଇ-ବାଣିଜ୍ୟ, ବୀମା, ଆର୍ଥିକ ସେବା, କାଉନସେଲିଂ, ଫାର୍ମାକ୍ୟୁଟିକାଲ୍, ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ସେବା ପରି 9 ଟି କ୍ଷେତ୍ର କୋରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇନଥିଲା । ତଥାପି ଏହି କମ୍ପାନୀଗୁଡିକ ରିଟର୍ନ ଦାଖଲ କରିନାହାଁନ୍ତି ।

ତେବେ କାହିଁକି ଏହି କମ୍ପାନୀ ଗୁଡିକ ଟିକସ ଦାଖଲ କରି ନାହାନ୍ତି ଏନେଇ ଜିଏସଟି ବିଭାଗକୁ ଅନୁସନ୍ଧନ କରିବାକୁ କୁହାଯାଇଛି । ପ୍ରାୟ 15,000 କମ୍ପାନୀର ଟିକସ ରିଟର୍ଣ୍ଣ ଦାଖଲ ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଟିକସ ଦାଖଲ କରୁନଥିବା କମ୍ପାନୀଗୁଡ଼ିକୁ ଚିହ୍ନଟ କରାଯାଇଛି । ଜିଏସଟି ଅଧିନିୟମ ଅନୁଯାୟୀ 5584 କମ୍ପାନୀ ଏବଂ ଭାଟ୍ ଆକ୍ଟ ଅନୁଯାୟୀ 36 ଟି କମ୍ପାନୀକୁ ଏହି ବିଜ୍ଞପ୍ତି ପଠାଯିବା ପରେ ବିଜ୍ଞପ୍ତି ପଠାଇବା ପ୍ରକ୍ରିୟା ଜାରି ରହିବ ।

ନୋଟିସ୍ ଜାରି କରିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ 2020-21 ଆର୍ଥିକ ବର୍ଷରେ ଜିଏସଟି ସଂଗ୍ରହର ବିଶ୍ଳେଷଣ କରାଯିବ । ଅନେକ ଶିଳ୍ପ ମହାମାରୀ କୋରୋନା ହେତୁ ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି । ହେଲେ ଇ-ବାଣିଜ୍ୟ ଭଳି କେତେକ ଶିଳ୍ପଗୁଡିକର ବିକ୍ରୟ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଛି । ହେଲେ ଏହି କମ୍ପାନୀ ଗୁଡିକ ଟିକସ ରିଟର୍ଣ୍ଣ ଦାଖଲ ନକରିବାର କାରଣଗୁଡିକ ଦିଲ୍ଲୀ ସରକାର ଅନୁସନ୍ଧାନ କରଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.