ETV Bharat / bharat

ଦିଲ୍ଲୀର କୋଭିଡ୍ ରଣନୀତି, ଜୁଲାଇ 6 ପର୍ଯ୍ୟନ୍ତ ଘରେ ଘରେ ସ୍କ୍ରିନିଂ

ରାଜଧାନୀ ଦିଲ୍ଲୀରେ କୋରୋନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ଯୁଦ୍ଧକାଳିନୀ ଭିତରେ ଏହାର ମୁକାବିଲା କରିବାକୁ ରେସପେନ୍ସ ଯୋଜନା ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 24, 2020, 11:15 AM IST

ଦିଲ୍ଲୀର କୋଭିଡ୍ ରଣନୀତି, ଜୁଲାଇ 6 ପର୍ଯ୍ୟନ୍ତ  ଘରେ ଘରେ ସ୍କ୍ରୀନିଂ

ନୂଆଦିଲ୍ଲୀ: ବିଗୁଡିଛି ଦିଲ୍ଲୀରେ କୋରୋନା ପରିସ୍ଥିତି । ଚିହ୍ନଟ ହେଉଛି ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା । କୋରୋନା ମାମଲାରେ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ର ପରେ ଦ୍ବିତୀୟରେ ଦିଲ୍ଲୀ ରହିଛି । ବଢୁଥିବା ସଂକ୍ରମଣ ମାମଲାକୁ ଦେଖି ଏବେ ପ୍ରତି ଘରେ ଘରେ କରାଯିବ ସ୍କ୍ରିନିଂ ।

ଡକ୍ଟର ଭି.କେ ପାଲ କମିଟିର ସୁପାରିଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶାଳୟ ସାଧାରଣ ସ୍ୱାସ୍ଥ୍ୟ ସେବା ଏହି ଯୋଜନା ପ୍ରକାଶ କରିଛି। ଜୁଲାଇ 6 ସୁଦ୍ଧା ରାଜଧାନୀର ପ୍ରତ୍ୟେକ ଘରେ ସ୍କ୍ରିନିଂ କରାଯିବ। ଦିଲ୍ଲୀ କୋଭିଡ ରେସପନ୍ସ ପ୍ଲାନ ମୁତାବକ, ଧାର୍ଯ୍ୟ ସମୟ ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ । କଣ୍ଟେନମେଣ୍ଟ ଜୋନଗୁଡିକ 26 ଜୁନ ସୁଦ୍ଧା ସମୀକ୍ଷା କରାଯାଇ ଏହାକ ରି-ଡିଜାଇନ କରାଯିବ । ଜୁନ 30 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନର ସମସ୍ତ ଘରେ ଘରେ ସ୍କ୍ରିନିଂ କରାଯିବ ।

ଯୋଜନା ଅନୁଯାୟୀ, ଜୁନ 27 ରୁ ଦିଲ୍ଲୀରେ ସେରୋ ସର୍ଭେ ଆରମ୍ଭ ହେବ, ଯାହାର ଫଳାଫଳ ଜୁଲାଇ 10 ରେ ଆସିବ। ଏହି ସର୍ଭେରେ NCDC ସହଯୋଗ କରିବ । ଜିଲ୍ଲା ସ୍ତରରେ ତଦାରଖ ଦଳ ଏବଂ ତଦାରଖ ବ୍ୟବସ୍ଥାକୁ ମଜବୁତ କରାଯିବ ।

ବର୍ତ୍ତମାନ ଜିଲ୍ଲାପାଳଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ଟାସ୍କ ଫୋର୍ସ କଣ୍ଟେନେମଣ୍ଟ ଜୋନ ଉପରେ ନଜର ରଖିଛି । କମିଟିର ସୁପାରିଶ ଅନୁଯାୟୀ, ଏହି ଦଳକୁ ମଜବୁତ କରିବା ପାଇଁ, ବର୍ତ୍ତମାନ ଏହି ଲୋକମାନେ ମଧ୍ୟ ଅନ୍ତର୍ଭୁକ୍ତ ରହିବେ-ଦିଲ୍ଲୀ ପୋଲିସର ଡିସିପି, ନଗର ନିଗମର ଡିସି, ଜିଲ୍ଲା ତଦାରଖ ଅଧିକାରୀ (DSO) ।

ସୂଚନାଯୋଗ୍ୟ, ଗୋଟିଏ ଦିନରେ ଦିଲ୍ଲୀରେ 3 ହଜାର 947 ମାମଲା ଚିହ୍ନଟ ହୋଇଛି । ଗତ ମଙ୍ଗଳବାର ସଂକ୍ରମଣ ମାମଲା 66 ହଜାର ପାର କରିଛି । କୋରୋନାରେ 2301 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ 24 ଘଣ୍ଟାରେ 68 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.