ETV Bharat / bharat

ହିନ୍ଦୁରାଓ ହସ୍ପିଟାଲର କୋରୋନା ଆକ୍ରାନ୍ତ ହେବେ ସ୍ଥାନାନ୍ତର, ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର - କରୋନା ଆକ୍ରାନ୍ତ ସ୍ଥାନାନ୍ତର

ହିନ୍ଦୁରାଓ ହସ୍ପିଟାଲରୁ ସମସ୍ତ କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ସ୍ଥାନାନ୍ତର ହୋଇଥିବା କୋରୋନା ଆକ୍ରାନ୍ତଙ୍କୁ ସରକାରୀ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯିବ। ହିନ୍ଦୁରାଓ ହସ୍ପିଟାଲରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

Delhi government ordered to shift all covid 19 patient from hindu rao hospital to its own facility
ହିନ୍ଦୁରାଓ ହସ୍ପିଟାଲର କୋରୋନା ଆକ୍ରାନ୍ତ ହେବେ ସ୍ଥାନାନ୍ତର, ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର
author img

By

Published : Oct 10, 2020, 5:31 PM IST

ନୂଆଦିଲ୍ଲୀ: ହିନ୍ଦୁରାଓ ହସ୍ପିଟାଲରୁ ସମସ୍ତ କୋରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ସେଠାରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କୁ ସରକାରୀ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯିବ। ଗତ କିଛିଦିନ ହେଲା ହିନ୍ଦୁରାଓ ହସ୍ପିଟାଲର ଡାକ୍ତରମାନେ 3 ମାସର ଦରମା ମିଳିନଥିବା ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶନିବାର ସମସ୍ତ କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।

ବର୍ତ୍ତମାନ ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ମୋଟ 20 ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି। ଏନେଇ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦର ଜୈନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, "ହିନ୍ଦୁରାଓ ହସ୍ପିଟାଲରେ ଥିବା ସମସ୍ତ କରୋନା ଆକ୍ରାନ୍ତଙ୍କୁ ଆମେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ। ସେଠାରେ ଥିବା କୋରୋନା ଆକ୍ରାନ୍ତଙ୍କୁ ସରକାରୀ କୋଭିଡ ସେଣ୍ଟର କିମ୍ବା ଏଲ୍ଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯିବ।"

ଦିଲ୍ଲୀର ସବୁଠାରୁ ବଡ଼ ମ୍ୟୁନିସିପାଲ ହସ୍ପିଟାଲ ହେଉଛି ହିନ୍ଦୁ ରାଓ ହସ୍ପିଟାଲ। ସେଠାରେ ମୋଟ 900 ଶଯ୍ୟା ରହିଛି। କୋରୋନା ମୁକାବିଲା ପାଇଁ ଏଠାରେ କୋଭିଡ କେୟାର ସେଣ୍ଟର କରାଯାଇଥିଲା। ପୂର୍ବରୁ ଏହି ହସ୍ପିଟାଲର ବହୁ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ହିନ୍ଦୁରାଓ ହସ୍ପିଟାଲ ଉତ୍ତର ଦିଲ୍ଲୀ ବିଜେପି ନେତୃତ୍ବାଧିନ ମ୍ୟୁନିସିପାଲ କର୍ପୋରେସନ ଅନ୍ତର୍ଭୁକ୍ତ। ତେବେ ଏଥିପାଇଁ ବିଜେପି ରାଜନୀତି କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦର ଜୈନ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.