ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଥମିବାର ନାଁ ନେଉନାହିଁ । ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ଲାଗୁଛି ଯେପରି ବିଫଳ ହେବାରେ ଲାଗିଛି । ଏହି ସମୟରେ ଏକ ଘରୋଇ ଡାକ୍ତରଖାନାରେ କୋରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ଅତ୍ୟଧିକ ଖର୍ଚ୍ଚ ହୋଇଥିବା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର କହିଛନ୍ତି ଯେ, ସେ ସମସ୍ତ ଡାକ୍ତରଖାନାରୁ ସେମାନଙ୍କ ଶୁଳ୍କ ସମ୍ପର୍କରେ ସୂଚନା ମାଗିଛନ୍ତି । ଆହୁରି ମଧ୍ୟ, ଏହାକୁ ସମୀକ୍ଷା କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯିବ ।
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଜୁନ 16ରେ ହେବାକୁ ଥିବା DDMA ବୈଠକରେ କୋଭିଡ-19 ପରୀକ୍ଷଣର ମୂଲ୍ୟ ହ୍ରାସ ସହିତ ଘରୋଇ ଡାକ୍ତରଖାନା ଏବଂ ଆମ୍ବୁଲାନ୍ସର ଫି ପାଇଁ ସର୍ବାଧିକ ସୀମା ଉପରେ ଆଲୋଚନା କରାଯିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ଉପସ୍ଥିତ ରହିବେ ।
ମୈକ୍ସ ହସ୍ପିଟାଲର ରେଟ କାର୍ଡକୁ ନେଇ ଶୁକ୍ରବାର ସୋସିଆଲ ମିଡିଆରେ ବ୍ୟାପିଥିଲା ଯେଉଁଠାରେ ଅନେକ ଲୋକ ଏହାକୁ ନେଇ ଆଲୋଚନା କରିଛନ୍ତି ଯେ, ଏହା ସାଧାରଣ ଲୋକଙ୍କ ପାଇଁ ଅତ୍ୟଧିକ ଅଟେ । ଡାକ୍ତରଖାନା ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛି। କାର୍ଡରେ ଲେଖାହୋଇଛି ଯେ, ହସ୍ପିଟାଲ ଭେଣ୍ଟିଲେଟର ସହିତ ଆଇସିୟୁ ପାଇଁ 72 ହଜାର ଟଙ୍କା ନେଉଛି ।
ଏଥି ସହିତ ଡାକ୍ତରଖାନା ଚଳାଉଥିବା ମୈକ୍ସ ହେଲଥକେୟାର କହିଛି ଯେ, ସୋସିଆଲ ମିଡିଆରେ ଏହି ସମସ୍ତ ତଥ୍ୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ, ଯାହା ନିୟମିତ ଯାଞ୍ଚ, ନିୟମିତ ଔଷଧ, ଡାକ୍ତର ଏବଂ ନର୍ସ ଫି ଇତ୍ୟାଦି ସମସ୍ତ ତଥ୍ୟ ।
ଜୈନ କହିଛନ୍ତି, ସମସ୍ତ ଡାକ୍ତରଖାନାକୁ କୋଭିଡ-19ର ଚିକିତ୍ସା ପାଇଁ ସେମାନଙ୍କ ଦେୟ ବିଷୟରେ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଆଗକୁ କଣ କରାଯିବ ଏହା ଉପରେ ନଜର ରଖିବା ପରେ ନିଷ୍ପତ୍ତି ନିଆଯିବ”।
ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ବୁଲେଟିନ ଅନୁଯାୟୀ, ଶନିବାର ରାଜଧାନୀରେ 2 ହଜାର 134 ଟି ନୂଆ କୋରୋନା ପଜିଟିଭ ରିପୋର୍ଟ ହୋଇଥିବା ଜଣାପଡିଛି । ଏହାପରେ ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 38 ହଜାର 958କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା 1,271ରେ ପହଞ୍ଚିଛି ।