ETV Bharat / bharat

ଦିଲ୍ଲୀ ବାୟୁ ପ୍ରଦୂଷଣ ମାମଲା: କେନ୍ଦ୍ର ସହଯୋଗ ଲୋଡିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ - ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଦିଲ୍ଲୀ ବାୟୁ ପ୍ରଦୂଷଣ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏଭଳି ଏକ ସ୍ଥିତିରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଛିଡା ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଅଧିକ ଖବର ପଢନ୍ତୁ...

ଦିଲ୍ଲୀ ବାୟୁ ପ୍ରଦୂଷଣ, କେନ୍ଦ୍ରର ସହଯୋଗ ଲୋଡିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
author img

By

Published : Nov 3, 2019, 8:10 PM IST

ଜୟପୁର: ଗମ୍ଭୀର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ। ଏହି ସ୍ଥିତି ବର୍ତ୍ତମାନ ଦିଲ୍ଲୀବାସୀଙ୍କୁ ଅଣନିଶ୍ବାସୀ କରିବା ସହ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ସ୍ଥିତି ସଙ୍ଗୀନ ଥିବାବେଳେ ଏହାକୁ ନେଇ ରାଜନୀତିକରଣ ଆରମ୍ଭ ହୋଇଯାଇଛି।

ଏଭଳି ଏକ ସ୍ଥିତିରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଛିଡା ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଦିଲ୍ଲୀ ସରକାର ଏକୁଟିଆ ଏହି ଅସୁବିଧାର ସାମ୍ନା କରିପାରିବେ ନାହିଁ । ଏଥିପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ।

ତେବେ ଦିଲ୍ଲୀର ବାୟୁପ୍ରଦୂଷଣ ପଡୋଶୀ ରାଜ୍ୟ ପାଇଁ ମଧ୍ୟ ଅସୁବିଧା ସୃଷ୍ଟି କରୁଛି। ଯାହାଦ୍ବାରା ଦୀର୍ଘ ଦିନ ହେବ ଛୋଟ ପିଲାଙ୍କ ଠାରୁ ବୟସ୍କ ସମସ୍ତେ ପୀଡିତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଟ୍ବିଟ କରି ସୂଚନା ଦେଇଛନ୍ତି।

ଖବର ଥାଉକି, ରବିବାର ଦିନ ପ୍ରାୟ 11ଟା ସୁଦ୍ଧା ଦିଲ୍ଲୀ ବାୟୁ ସ୍ତର 483 ଥିଲା। ଶୁକ୍ରବାର ସୁଦ୍ଧା ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ରେକର୍ଡ ଭାଙ୍ଗିବା ସହ ଦିଲ୍ଲୀର ସମସ୍ତ ସ୍କୁଲ, ରାସ୍ତା କାମ ବାତିଲ କରାଯିବା ସହ ପବ୍ଲିକ ହେଲଥ୍ ଏମରଜେନ୍ସି ଲାଗୁ କରାଯାଇଛି।

ସେହିପରି ଦିଲ୍ଲୀର ବବାନାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ସର୍ବାଧିକ 492 ଥିବା ବେଳେ ଆଇଟିଓରେ ଏହି ଇଣ୍ଡେକ୍ସ 487 ଟପିଛି । ସେହିପରି ଅଶୋକ ବିହାରରେ ଏହି ସ୍ତର 482, ବସୁନ୍ଧରାରେ 486, ଇନ୍ଦିପୁରମରେ 482 ରହିଛି । ଉତ୍ତରପ୍ରଦେଶ ଲକ୍ଷ୍ନୌର ଲାଲବାଗରେ ଏୟାର କ୍ବାଲିଟି ଇଣ୍ଡେକ୍ସ 419 ଓ ତାଲକଟୋରା ଜିଲ୍ଲାରେ ଏହା 433 ରହିଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.