ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟାରେ ପ୍ରାୟ ହ୍ରାସ ପାଇଛି । ଅନ୍ୟ ଦେଶରୁ କୋରୋନା ଚିକିତ୍ସା ପାଇଁ ଏଠାକୁ ଆସୁଥିବା ବୃଦ୍ଧ ରୋଗୀ ମଧ୍ୟ ସୁସ୍ଥ ହୋଇ ଫେରୁଛନ୍ତି। ଦିଲ୍ଲୀର ଧର୍ମଶିଲା ହସ୍ପିଟାଲରେ ଏପରି ଏକ ଘଟଣା ଘଟିଛି, ଯେଉଁଠାରେ 105 ବର୍ଷୀୟା ବୃଦ୍ଧା କୋରୋନା ମାତ ଦେଇ ସୁସ୍ଥ ହୋଇ ଫେରିଛନ୍ତି। ସୂଚନା ମୁତାବକ, ଜଣେ ଆଫଗାନିସ୍ତାନ ମହିଳା ରାବିୟା ଅହମ୍ମଦ ଦିଲ୍ଲୀର ଧର୍ମଶିଲା ହସ୍ପିଟାଲରେ 7 ଦିନ ଧରି ଭେଣ୍ଟିଲେଟରରେ ଥିଲେ । ଏହାପରେ ଏତେ ବୟସ ହେବା ସତ୍ତ୍ବେ ସେ ସୁସ୍ଥ ହୋଇଛନ୍ତି ।
AIIMSର କାର୍ଡିଓ-ରେଡିଓ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଅମରିନ୍ଦର ସିଂ ଫେସବୁକରେ ଏକ ପୋଷ୍ଟ କରି ଧର୍ମଶିଲା ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯେଉଁଥିରେ ସେ ଆଫଗାନିସ୍ତାନ ମହିଳାଙ୍କ ପରିବାରକୁ ଭାରତ ବକ୍ରି ଇଦର ଇିଦି ଭେଟ ଦେଇଥିବା ଲେଖିଛନ୍ତି । ସେ ଆହୁରି କହିଛନ୍ତି ଯେ, କୋରୋନା ସମଗ୍ର ବିଶ୍ୱରେ ବ୍ୟାପିଛି। ଏହା ଯେକୌଣସି ବୟସ, ଜାତି କିମ୍ବା ଧର୍ମର ଲୋକଙ୍କୁ ଆକ୍ରାନ୍ତ କରିପାରେ । କିନ୍ତୁ ରାବିୟାଙ୍କ ସୁସ୍ଥ ହେବା ଖବର ବେଶ ଖୁସି ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ