ନୂଆଦିଲ୍ଲୀ: ରାଣୀ ଝାନସୀ ରୋଡ ସ୍ଥିତ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ 43 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । 59 ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ 25ଟି ଦମକଳ ନିୟୋଜିତ କରାଯାଇଛି । ଏନଡିଆରଏଫ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଘଟଣାସ୍ଥଳରୁ 59ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ ସୂଚନା ଦେଇଛନ୍ତି । ଉଦ୍ଧାର କରାଯାଇଥିବା ଲୋକମାନେ ଧୂଆଁ ଦ୍ବାରା ପ୍ରଭାବିତ ହୋଇଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଅନେକଙ୍କୁ ଆହତଙ୍କୁ ଲୋକନାୟକ ହସପିଟାଲରେ ଭର୍ତ୍ତି କରାଯାଇଥିବା ହସପିଟାଲ ସୁପରିଟେଣ୍ଡଣ୍ଟ ଡ. କିଶୋର କୁମାର କହିଛନ୍ତି ।