ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଶେଷ ହୋଇଛି । ନିର୍ବାଚନ ଫଳ ଆସିବ 11ରେ । ଆପ କ୍ଷମତା ବଜାୟ ରଖୁଥିବା ସମସ୍ତ ଏକଜିଟ ପୋଲ ଆକଳନ କରୁଛନ୍ତି । ତେବେ ଏହି ପ୍ରସଙ୍ଗରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ବଡ ବୟାନ ଦେଇଛନ୍ତି ।
ସେ କହିଛନ୍ତି, ପାଞ୍ଚ ବର୍ଷ ପୂର୍ବେ ମୁଁ ସ୍ବପ୍ନ ଦେଖିଥିଲି ନିର୍ବାଚନରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଆଜି ମୁଁ ବହୁତ ଖୁସି ମୋ ସ୍ବପ୍ନ ସାକାର ହେବାକୁ ଯାଉଛି । ଦିଲ୍ଲୀର ଜନତା ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ଶିକ୍ଷା ହିଁ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଥିଲା ।
ଗତ ଶନିବାର 70ଟି ବିଧାନସଭା ଆସନ ପାଇଁ ଦିଲ୍ଲୀରେ ମତଦାନ ହୋଇଛି । ଦେଶର ପ୍ରମୁଖ ସର୍ଭେ ସଂସ୍ଥା କରିଥିବା ଏକଜିଟ୍ ପୋଲ କହୁଛି, କ୍ଷମତା ବଜାୟ ରଖିବ ଆପ୍ । ଏକଜିଟ୍ ପୋଲକୁ ନେଇ ମନିଷ ସିସୋଦିଆ ବେଶ ଖୁସି ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ