ETV Bharat / bharat

କେଜ୍ରିୱାଲଙ୍କୁ ବଜରଙ୍ଗବଲୀ ଭରଷା - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନିର୍ବାଚନରେ ବିଜୟ ପାଇଁ ଏବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବଜରଙ୍ଗବଲୀ ଭରଷା । ଭୋଟ ପୂର୍ବରୁ ଗାଇଲେ ହନୁମାନ ଚାଲିସା । ପଢନ୍ତୁ ସଂପୂର୍ଣ୍ଣ ଖବର...

delhi election
delhi election
author img

By

Published : Feb 8, 2020, 4:32 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସବା ପାଇଁ ଶନିବାର ଭୋଟ ଗ୍ରହଣ ହେବ । 6 ଫେବୃୟାରୀରୁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ଏବେ ବିଜୟ ପାଇଁ ରାଜନୈତିକ ଦଳର ପ୍ରାର୍ଥୀମାନେ ଭଗବାନଙ୍କ ଶରଣ ପଶିଛନ୍ତି । ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଶୁକ୍ରବାର ଦିଲ୍ଲୀ ପ୍ରାଚୀନ ହନୁମାନ ମନ୍ଦିର ଯାଇ ମହାବୀରଙ୍କ ଦର୍ଶନ କରିବା ସହ ହନୁମାନ ଚାଳିସା ପାଠ କରିଛନ୍ତି ।

ଏହାସହ ସେ ନିଜ ଟ୍ବିଟରରେ ଲେଖିଛନ୍ତି ଯେ ହନୁମାନ ମନ୍ଦିର ଯାଇ ହନୁମାନଙ୍କ ଦର୍ଶନ କଲି । ହନୁମାନଙ୍କଠାରେ ଦେଶ ଓ ଦିଲ୍ଲୀର ମଙ୍ଗଳକାମନା କଲି । ଭଗବାନ କହିଲେ ଭଲ କାମ କରୁଛ । ଏଭଳି ଲୋକଙ୍କ ସେବାକର । ଫଳ ମୋ ଉପରେ ଛାଡିଦିଅ । ସବୁ କିଛି ଠିକ ହେବ ।

ଏହାପୂର୍ବରୁ କେଜ୍ରିୱାଲ ଏକ ଗଣମାଧ୍ୟମରେ ନିଜକୁ ହନୁମାନ ଭକ୍ତ କହିବା ସହ ହନୁମାନ ଚାଲିସା ପାଠ କରି ସଂପୂର୍ଣ୍ଣ ଶ୍ଲୋକ ଜାଣିଥିବା କହିଥିଲେ । ଏତିକିରେ ଶେଷ ହୋଇନାହିଁ କେଜ୍ରିୱାଲଙ୍କ ଭକ୍ତି ଅମୃତ । ବୁଧବାର ଦିଲ୍ଲୀରେ ପ୍ରଚାର ଅବସରେ କେଜ୍ରିୱାଲ ହନୁମାନଙ୍କ ଗଦା ଧରି ଭୋଟ ମାଗିଥିଲେ । ଏହି ଅବସରରେ କହିଥିଲେ ଏବେ ସେ ବିଜେପି ନେତାଙ୍କୁ ମଧ୍ୟ ହନୁମାନ ଚାଲିସା ପଢାଇବେ । ବିଜେପକୁ ଟାର୍ଗେଟ କରିବାକୁ ଯାଇ କେଜ୍ରିୱାଲ କହିଥିଲେ ଗଦା ହେଉଛି ହନୁମାନଙ୍କ ପ୍ରତୀକ’ ମୁଁ ଯେବେ ହନୁମାନ ଚାଳିସା ଶୁଣାଉଛି ବିଜେପି ବାଲାଙ୍କୁ କାହିଁକି କଷ୍ଟ ହେଉଛି ବୋଲି ପ୍ରଶ୍ନ କରିଥିଲେ ।

କେଜ୍ରିୱାଲଙ୍କ ହନୁମାନ ଚାଲିସା ପାଠାକୁ ନେଇ ବିଜେପି କଡା ପ୍ରହାର କରିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କେଜ୍ରିୱାଲ ହନୁମାନ ଚାଲିସା ପଢିବା ଆରମ୍ଭ କରିଛନ୍ତି । ଆଗକୁ ଦେଖିବା କଣ ହେଉଛି । ଏହାସହ କେଜ୍ରିୱାଲଙ୍କୁ ସମାଲୋଚନା କରି କହିଥିଲେ ଏବେ କେଜ୍ରିୱାଲ ପଢିବା ଆରମ୍ଭ କରିଛନ୍ତି ଆଗକୁ ଓୱେସୀ ମଧ୍ୟ ପଢିବେ ।

ସେହିପରି ବିଜେପି ସାଂସଦ ରବି କିଶାନ କହିଛନ୍ତି କେଜ୍ରିୱାଲଙ୍କୁ ଅଚାନକ ଶାହିନ ବାଗରେ ବିରୀୟାନି ଦେଉ ଦେଉ ମନେ ପଡିଲା ମୁଁ ହିନ୍ଦୁ । ହନୁମାନଙ୍କୁ ଏବେ ବୋକା ବନାଇ ପାରିବେ ନାହିଁ । ହନୁମାନ ଚାଲିସା ପଢନ୍ତୁ କି ଗଛରେ ଓଲଟା ଝୁଲନ୍ତୁ କେଜ୍ରିୱାଲଙ୍କୁ କେହି ରକ୍ଷା କରିପାରିବେ ନାହିଁ । କେଜ୍ରିୱାଲଙ୍କ ପରାଜୟ ସୁ-ନିଶ୍ଚିତ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.