ନୂଆଦିଲ୍ଲୀ: ଧିରେ ଧିରେ ବଦଳୁଛି ଦିଲ୍ଲୀବାସୀଙ୍କ ଜୀବନଶୈଳୀ । ଏହା ସହ ବଢୁଛି ରୋଜଗାରର ପରିମାଣ । ଯାହାର ଫଳସ୍ବରୂପ ଗତବର୍ଷ ତୁଳନାରେ ଦିଲ୍ଲୀର ଜିଏସଡିପି 12.98 ପ୍ରତିଶତ ବୃଦ୍ଧି ପାଇଛି । ଯେଉଁଥିରେ ପ୍ରତି ବ୍ୟକ୍ତିଙ୍କ ବାର୍ଷିକ ଆୟ 3 ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବା ଅନୁମାନ କରାଯାଉଛି ।
ରାଷ୍ଟ୍ରୀୟସ୍ତରରେ ପ୍ରତି ବ୍ୟକ୍ତିଙ୍କ ଆୟ 1 ଲକ୍ଷ ଟଙ୍କା ରହିଛି । ଯାହା ସେମାନଙ୍କ ଦୈନିକ ଆର୍ଥିକ ଅବସ୍ଥାକୁ ସୁଦୃଢ କରିବା ସହ ପ୍ରତି ବ୍ୟକ୍ତିଙ୍କ ଆୟକୁ ନେଲେ ଦିଲ୍ଲୀ ଦ୍ବିତୀୟ ସ୍ଥାନରେ ରହିଛି ।
ପାଞ୍ଚ ବର୍ଷରେ ମଧ୍ୟ ଦିଲ୍ଲୀର ବିକାଶ ନେଇ ଗୁରୁତ୍ବ ଦେଇଛି ଆପ ସରକାର । ବଜେଟ ଅଧିବେଶନର ଦ୍ବିତୀୟ ଦିନ ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ବିଧାନସଭାରେ ଇକୋନମିକ ସର୍ଭେରେ ଏହି ତଥ୍ୟ ଉପସ୍ଥାପନ କରିଥିଲେ । 2018 ମାର୍ଚ୍ଚ ସୁଦ୍ଧା ଦିଲ୍ଲୀରେ ମୋଟ ଗାଡି ସଂଖ୍ୟା 1.09 କୋଟିରେ ପହଞ୍ଚିଛି । ପ୍ରତିବର୍ଷ ଛାତ୍ର ଖର୍ଚ୍ଚ 2016-17ରେ ଏହା 54,910 ଟଙ୍କା ଥିବାବେଳେ 2018-19 ବର୍ଷରେ ବୃଦ୍ଧି ପାଇ 66,038 ଟଙ୍କାରେ ପହଞ୍ଚିଛି ।
ଏହାସହ ଦିଲ୍ଲୀ ହସ୍ପିଟାଲରେ ମୋଟ ଶଯ୍ୟା ସଂଖ୍ୟା 2014-15 ବର୍ଷରେ 48,096 ଥିବାବେଳେ 2017-18ରେ ଏହାର ବୃଦ୍ଧି ଘଟି 57,194କୁ ବୃଦ୍ଧି ପାଇଛି । ଯାହା ଅନ୍ୟରାଜ୍ୟଙ୍କ ତୁଳନାରେ ତିନିଗୁଣା ଅଧିକ ବୋଲି ଜଣାପଡିଛି ।