ETV Bharat / bharat

ଦରମା ନ ମିଳିବାରୁ ରାବଣ ପୋଡିଲେ ଡାକ୍ତର

ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । ପବିତ୍ର ବିଜୟା ଦଶମୀରେ ଦିଲ୍ଲୀରୁ ପଲ୍ଲୀ ରାବଣ ପୋଡି କରାଯାଉଥିବାବେଳେ ଦରମା ନମିଳୁଥିବାରୁ ରାବଣ ପୋଡିଲେ ଡାକ୍ତର ।

author img

By

Published : Oct 26, 2020, 11:35 AM IST

ଦରମା ନ ମିଳିବାରୁ ରାବଣ ପୋଡିଲେ ଡାକ୍ତର
ଦରମା ନ ମିଳିବାରୁ ରାବଣ ପୋଡିଲେ ଡାକ୍ତର

ନୂଆଦିଲ୍ଲୀ: ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । ପବିତ୍ର ବିଜୟା ଦଶମୀରେ ଦିଲ୍ଲୀରୁ ପଲ୍ଲୀ ରାବଣ ପୋଡି କରାଯାଉଥିବାବେଳେ ଦରମା ନମିଳୁଥିବାରୁ ରାବଣ ପୋଡିଲେ ଡାକ୍ତର । ନୂଆଦିଲ୍ଲୀ ହିନ୍ଦୁରାଓ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଡାକ୍ତରମାନେ ଗତ 3 ଦିନ ଧରି ଅନଶନରେ ବସିବା ପରେ ଗତକାଲି (ରବିବାର) ରାବଣର ଦହନ କରିଥିବା ଦେଖିବାକୁ ମିଳିଛି ।

ତେବେ ହିନ୍ଦୁରାଓ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଗତ 21 ଦିନ ଧରି ଧାରଣାରେ ବସିଥିଲୁ । ଗତ ତିନି ଦିନ ଧରି ଅନଶନ ମଧ୍ୟ କରୁଛୁ । କିନ୍ତୁ ଦିଲ୍ଲୀ ସରକାର ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ 'ବେତନ ଚୋର' ନାଁ ରେ ରାବଣର ଦହନ କରିଛୁ ବୋଲି ସେ କହିଛନ୍ତି । ଦଶହରାରେ ଆମେ ପରିବାର ଲୋକଙ୍କ ସହ ରହିବା କଥା, କିନ୍ତୁ ଆମେ ଏଠାରେ ଅନଶନରେ ବସିଛୁ । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ରାବଣ ପୋଡି କରିବା ସହ ସରକାରଙ୍କ ଉଦେଶ୍ୟରେ ଡାକ୍ତରମାନେ ନାରା ଦେଇ କହିଛନ୍ତି 'ଆମକୁ ଦରମା ଦିଅ' , 'ନୋ ପେ ନୋ ୱାର୍କ ' । ଗତ କିଛିଦିନ ଧରି ହିନ୍ଦୁ ରାଓ ହସପିଟାଲ କର୍ମଚାରୀ ଧାରଣାରେ ବସିଛନ୍ତି । ଅକ୍ଟୋବର 13 ରେ ହିନ୍ଦୁରାଓ ହସପିଟାଲ କୋଭିଡ ହସପିଟାଲ ଲିଷ୍ଟରୁ ହଟାଇ ଦିଆଯାଇଛି । ଏଠାରେ ସୂଚନା ଥାଉ ଯେ ନିକଟରେ କର୍ମଚାରୀମାନେ ଧାରଣାରେ ବସିଥିବାରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନଙ୍କୁ ହିନ୍ଦୁ ରାଓ ଡାକ୍ତରଖାନାରୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.