ETV Bharat / bharat

ଶାହିନବାଗ ଫାୟାରିଂ ମାମଲା: ନିର୍ବାଚନ କାର୍ଯ୍ୟରୁ ଡିସିପିଙ୍କୁ ବାଦ - delhi election

ଶାହିନବାଗ ଫାୟାରିଂକୁ ନେଇ ବିବାଦୀୟ ବୟାନ ଦେଇଥିଲେ ଦିଲ୍ଲୀ ପୋଲିସ ଡିସିପି ରାଜେଶ ଦେବ । ଏନେଇ ଦିଲ୍ଲୀ ନିର୍ବାଚନ ଆୟୋଗ ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ...

Delhi DCP ban from delhi election
ଫାଇଲ ଫଟୋ
author img

By

Published : Feb 7, 2020, 4:41 AM IST

ନୂଆଦିଲ୍ଲୀ: ଶାହିନବାଗ ଫାୟାରିଂ କରିଥିବା ମାମଲାରେ ଗିରଫ ହୋଇଥିବା କପିଲ ଗୁଜରର ସମ୍ପର୍କ ଆମ ଆଦମୀ ପାର୍ଟି ସହ ରହିଥିବା ନେଇ କହିଛିଲେ ଡ଼ିସିପି ରାଜେଶ ଦେବ । ତେବେ ଦିଲ୍ଲୀ ନିର୍ବାଚନ ଆୟୋଗ ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ବାଚନ ସମ୍ବନ୍ଧିତ ସମସ୍ତ କାର୍ଯ୍ୟରୁ ଡିସିପିଙ୍କୁ ବାଦ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ ଆୟୋଗ କହିବାନୁସାରେ, ‘ଏହି ମାମଲାର ବର୍ତ୍ତମାନ ଯାଞ୍ଚ କରାଯାଉଛି । ଡିସିପି ରାଜେଶ ଦେବ ଏକ ତରଫା ବୟାନ ଶୁଣି ସାର୍ବଜନୀନ ଭାବେ ସୂଚନା ଦେଇଛନ୍ତି ତେଣୁ ଏହା ନିର୍ବାଚନକୁ ପ୍ରଭାବିତ କରିପାରେ । ଏହାର କୌଣସି ଆବଶ୍ୟକତା ନଥିଲା ’।

ପ୍ରକାଶଥାଉକି, ଡିସିପିଙ୍କ ବୟାନ ପରେ ବିଜେପି ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଥିଲା ଓ ନିଜ କାର୍ଯ୍ୟକର୍ତ୍ତା ଜରିଆରେ ଆପ୍ ଶାହିନବାଗ ଓ ଜାମିଆରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ଆରୋପ ଲଗାଇଥିଲା ।

ଡିସିପି ରାଜେଶ ଦେବ ଫେବୃଆରୀ 4 ତାରିଖ ସନ୍ଧ୍ୟା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଶାହିନବାଗରେ ଗୁଳି ଚଳାଇବା ମାମଲାରେ ଗିରଫ କରାଯାଇଥିବା ବ୍ୟକ୍ତିର ସମ୍ପର୍କ ଆପ୍ ସହ ଥିବା କହିଥିଲେ । ସେ କହିଥିଲେ, ଗୁଳି ଚାଳଣା କରିଥିବା ବ୍ୟକ୍ତିଙ୍କ ପିତା ଏକ ବର୍ଷ ପୂର୍ବେ ଆପରେ ଯୋଗ ଦେଇଥିଲେ । ଏହାସହ ଏନେଇ ଏକ ଫଟୋ ମଧ୍ୟ ଜାରି କରିଥିଲେ । ଯେଉଁଥିରେ ଆପ ନେତା ସଞ୍ଜୟ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.