ETV Bharat / bharat

ଦିଲ୍ଲୀ ହିଂସା ମାମଲା: ପୋଲିସକୁ କୋର୍ଟଙ୍କ ତାଗିଦ୍, ଉମର ଖାଲିଦଙ୍କୁ ଦିଆଯାଉ FIR କପି

ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ମାମଲାରେ ଦିଲ୍ଲୀ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଏଫଆଇଆର କପି ପ୍ରଦାନ କରିବାକୁ କହିଛନ୍ତି। ଅଧିକ ପଢନ୍ତୁ...

ଉମର ଖାଲିଦ
ଉମର ଖାଲିଦ
author img

By

Published : Oct 22, 2020, 4:04 PM IST

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ମାମଲାରେ ଦିଲ୍ଲୀ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଏଫଆଇଆର କପି ପ୍ରଦାନ କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି ଯେ ସେମାନଙ୍କୁ ଗିରଫ କରାଯାଉଥିବା ମାମଲାର ସୂଚନା ଏବଂ ଦଲିଲ ସେମାନଙ୍କୁ ଦିଆଯିବା ସେମାନଙ୍କର ଅଧିକାର।

ପ୍ରକାଶଥାଉକି, ଦିଲ୍ଲୀରେ ହିଂସା ମାମଲାରେ ଅକ୍ଟୋବର 1ରେ ଦିଲ୍ଲୀ ପୋଲିସ ଖଜୁରୀ ଖାସ୍ ଅଞ୍ଚଳରୁ ଉମର ଖାଲିଦଙ୍କୁ ଗିରଫ କରିଥିଲା। ଫେବୃଆରୀରେ ହିଂସା ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ବୁଧବାର ଶୁଣାଣିରେ ଉମର ଖାଲିଦଙ୍କୁ ରିମାଣ୍ଡ କପି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଏଥିରେ ତାଙ୍କୁ ପୋଲିସ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସେ ଡାକ୍ତରୀ ରିପୋର୍ଟର ସୂଚନା ମଧ୍ୟ ପାଇବା ଉଚିତ୍।

ଦିଲ୍ଲୀ ପୋଲିସକୁ ତାଗିଦ କରିବାବେଳେ କୋର୍ଟ ସମ୍ବିଧାନର ଉଦାହରଣ ଦେଇ କହିଛନ୍ତି ଯେ କୌଣସି କାରଣ ନଦେଇ କାହାକୁ ଗିରଫ କରାଯାଇପାରିବ ନାହିଁ । ଏହା ପୋଲିସର କର୍ତ୍ତବ୍ୟ ଏବଂ ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ।

ପ୍ରକାଶଥାଉକି, ଚଳିତ ବର୍ଷ ଫେବୃଆରୀରେ ଦିଲ୍ଲୀରେ ହିଂସାକାଣ୍ଡ ହୋଇଥିଲା । 24 ଫେବୃଆରୀରେ ଆରମ୍ଭ ହୋଇଥିବା ହିଂସା ତିନି ଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ଏଥିରେ 50 ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ 200 ଲୋକ ଆହତ ହୋଇଥିଲେ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.