ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲାଣ୍ଡ ମନି ଲଣ୍ଡରିଙ୍ଗ ମାମଲାରେ ସମ୍ପୃକ୍ତ ଥିବା ରାତୁଲ ପୁରୀଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ଜୁଲାଇ 29 ତାରିଖ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଦେଇଛନ୍ତି ଦିଲ୍ଲୀ କୋର୍ଟ। ଫଳରେ ରାତୁଲଙ୍କୁ ପୋଲିସ ଏହି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଗିରଫ କରିପାରିବ ନାହିଁ ।
ଏଥିସହ ଆଜି ସଂନ୍ଧ୍ୟା 5 ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ଯାଞ୍ଚରେ ସହଯୋଗ କରିବାକୁ ନିର୍ଦେଶ ଜାରି କରିଛନ୍ତି । ବହୁ ଚର୍ଚ୍ଚିତ ଅଗସ୍ତା ୱେଷ୍ଟଲାଣ୍ଡ ମାମଲାରେ ରାତୁଲ ସାମିଲ ଥିବାରୁ ପୂର୍ବରୁ ସେ ଅନେକ ଥର ଜେରାର ସମ୍ମୁଖୀନ ହୋଇଛନ୍ତି ।