ETV Bharat / bharat

ନିର୍ଭୟା ମାମଲା: ଘୁଞ୍ଚିଲା ନୂଆ ଡେଥ ଓ୍ବାରେଣ୍ଟ ଶୁଣାଣି

author img

By

Published : Feb 13, 2020, 7:21 PM IST

ନିର୍ଭୟା ମାମଲାରେ ଦୋଷୀଙ୍କ ନୂଆ ଡେଥ ଓ୍ବାରେଣ୍ଟ ଜାରି ଉପରେ ସୋମବାରକୁ ଶୁଣାଣି ଘୁଞ୍ଚାଇଲେ ପଟିଆଲା ହାଉସକୋର୍ଟ । ଅଧିକ ପଢନ୍ତୁ...

ନିର୍ଭୟା ଘଟଣା: ନୂଆ ଡେଥ୍‌ ଓ୍ବାରେଣ୍ଟ ଉପରେ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ ନୂଆ ଡେଥ ଓ୍ବାରେଣ୍ଟ ଜାରି କରିବା ନେଇ ନିର୍ଭାୟା ମାତା ପିତାଙ୍କ ଆବେଦନର ଶୁଣାଣିକୁ ଆସନ୍ତା ସୋମବାର ଯାଏଁ ସ୍ଥଗିତ ରଖିଛନ୍ତି ଦିଲ୍ଲୀର ପଟିଆଲା ହାଉସକୋର୍ଟ । ସୁପ୍ରିମକୋର୍ଟରେ ଦୋଷୀ ବିନୟ ଶର୍ମାର ଦୟା ଯାଚିକା ବିଚାରାଧିନ ଥିବାରୁ ନୂଆ ଡେଥ ଓ୍ବାରେଣ୍ଟ ଉପରେ ଶୁଣାଣିକୁ ଘୁଞ୍ଚାଇଛନ୍ତି କୋର୍ଟ ।

ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଯାଇଥିବା କାରଣରୁ ପିଡୀତାଙ୍କ ମାତା ପିତା ଆପତ୍ତି ଜାହିର କରିବା ସହ ସୋମବାର ପରିବର୍ତ୍ତେ ଶନିବାର ଶୁଣାଣି କରିବାକୁ କୋର୍ଟରେ ଅନୁରୋଧ କରିଛନ୍ତି । ପଟିଆଲା ହାଉସକୋର୍ଟ ଧାରା 21କୁ ଆଧାର ଦର୍ଶାଇ ଦୋଷୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ନ୍ୟାୟିକ ଅଧିକାରକୁ ସୁରକ୍ଷିତ ରଖିବାର ପ୍ରାବଧାନ ଥିବା କହିଛନ୍ତି ।

ରାଜକ୍ଷମା ଆବେଦନ ଖାରଜ ହେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବିନୟ । ଗୁରୁବାର ଏହି ଆବେଦନର ଶୁଣାଣି ସମୟରେ ଏଭଳି କିଛି ଯୁକ୍ତି ଉପସ୍ଥାପନା କରିଛନ୍ତି ବିନୟ ଶର୍ମା ପକ୍ଷରୁ ଲଢୁଥିବା ଓକିଲ । ଅପରପକ୍ଷରେ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ଶୁକ୍ରବାର ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ଶୁକ୍ରବାର ଅପରାହ୍ନ ୨ଟା ବେଳେ ରାୟ ପ୍ରକାଶ ପାଇବ ।

ତେବେ ଶୁଣାଣି ସମୟରେ ବିନୟର ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ, ବିନୟ ଶର୍ମାର ମାନସିକ ସ୍ଥିତି ଠିକ ନାହିଁ । ତିହାର ଜେଲରେ ତାକୁ ନିର୍ଜନ କୋଠରିରେ ରଖି ମାନସିକ ପ୍ରତାଡନା ଦିଆଯାଉଥିଲା । ଏହି କାରଣରୁ ବିନୟର ମାନସିକ ସ୍ଥିତି ବର୍ତ୍ତମାନ ଠିକନାହିଁ । ତେଣୁ ତାକୁ ଫାଶୀଦଣ୍ଡ ଦିଆଯାଇପାରିବ ନାହିଁ । ନ୍ୟାୟ ପାଇଁ ମୁଁ ଏଠାରେ ହାଜର ହୋଇଛି । ଏଠାକୁ ନ ଆସି ଅନ୍ୟ କୁଆଡ଼େ ଯିବି ? ନ୍ୟାୟ ପାଇଁ ମୁଁ ସୁପ୍ରିମକୋର୍ଟଙ୍କୁ ଗୁହାରି କରୁଛି ।

ସଲିସିଟର୍‌ ଜେନେରାଲ୍‌ ତୁଷାର ମେହତା ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ବିନୟକୁ ନିର୍ଜନ କୋଠରିରେ ରଖାଯାଇ ନ ଥିଲା । ଉତ୍ତମ ରୂପେ ବିଚାର କରି ଭାରତର ରାଷ୍ଟ୍ରପତି ବିନୟଙ୍କର ରାଜକ୍ଷମା ଆବେଦନ ଅଗ୍ରାହ୍ୟ କରିଥିଲେ । ତେଣୁ ଏହି ମାମଲାର ନ୍ୟାୟିକ ସମୀକ୍ଷା ପରିସର ସୀମିତ ହୋଇଯାଇଛି ବୋଲି ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.