ନୂଆଦିଲ୍ଲୀ: ଦିଲ୍ଲୀରେ ସଂକ୍ରମଣ ମାମଲା ହ୍ରାସ ପାଇବା ସହ ଜୁନ ଅପେକ୍ଷା ଜୁଲାଇରେ ମୃତ୍ୟୁହାର କମିଛି । ଜୁନର 12 ଦିନ ତୁଳନାରେ ଜୁଲାଇର 12 ଦିନ ମଧ୍ୟରେ କୋରୋନା ମୃତ୍ୟୁହାର 44 ପ୍ରତିଶତକୁ ହ୍ରାସ ପାଇଛି । ସ୍ବାସ୍ଥ୍ୟ ବିଭାଗ ଦିଲ୍ଲୀରେ କୋଭିଡ-19 କାରଣରୁ ହୋଇଥିବା ମୃତ୍ୟୁକୁ ନେଇ ଏକ ବିଶେଷ ବିଶ୍ଲେଷଣ କରିଛନ୍ତି ।
1ରୁ 12 ଜୁନ ମଧ୍ୟରେ 1089 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିଲା। ଜୁଲାଇ 1 ରୁ 12 ମଧ୍ୟରେ 605 ଜଣଙ୍କ ଜୀବନ ନେଇଛି କୋରୋନା । ମୃତ୍ୟୁର ପରିସଂଖ୍ୟନକୁ ଦେଖିଲେ ଜଣାପଡୁଛି, ଦିଲ୍ଲୀ ସରକାରଙ୍କ କୋଭିଡ ହସ୍ପିଟାଲରେ ଜୁନ ଓ ଜୁଲାଇ ମଧ୍ୟରେ 58 ପ୍ରତିଶତକୁ କମିଛି, ଯାହା ଜୁନରେ 361 ଓ ଜୁଲାଇରେ 154 ରହିଛି । ସେହିପରି ସରକାରୀ ହସ୍ପିଟାଲ ତୁଳନାରେ ବେସରକାରୀ ହସ୍ପିଟାଲରେ ଜୁନରୁ ଜୁଲାଇ ମଧ୍ୟରେ 25 ପ୍ରତିଶତକୁ ଘଟିଛି । କେନ୍ଦ୍ର ସରକାରଙ୍କ କୋଭିଡ ହସ୍ପିଟାଲରେ 55 ପ୍ରତିଶତ କମ ରହିଛି ।
କେନ୍ଦ୍ର ସରକାରଙ୍କ ଆରଏମଏଲ ହସ୍ପିଟାଲରେ ମୃତ୍ୟୁହାର ଜୁନରେ 81 ପ୍ରତିଶତି ରହିଥିଲା । ଯାହା ଜୁଲାଇରେ 58 ପ୍ରତିଶତରେ ପହଞ୍ଚିଛି । ସଫଦରଜଞ୍ଜରେ ମଧ୍ୟ ଜୁନରେ 40 ରହିବାଥିବାବେଳେ ଏହା ଜୁଲାଇରେ 31 ପ୍ରତିଶତରେ ପହଞ୍ଚିଛି ।
ସେହିପରି ଦିଲ୍ଲୀ ସରକାରଙ୍କ କୋଭିଡ ହସ୍ପିଟାଲ ଏଲଏମଜେପିରେ ଜୁନ ବେଳକୁ ମୃତ୍ୟୁହାର 28 ପ୍ରତିଶତ ରହିଥିଲା । ଯାହା ଜୁଲାଇରେ ହ୍ରାସ ପାଇଁ 16 ପ୍ରତିଶତ ହୋଇଛି । ରାଜୀବ ଗାନ୍ଧୀ ସୁପରସ୍ପେଶାଲିଟି ହସ୍ପିଟାଲରେ ମୃତ୍ୟୁହାର ମାମଲା ରେ ରାଜଧାନୀ ଦିଲ୍ଲୀ ଉନ୍ନତ ପ୍ରଦର୍ଶନ କରିଛି । ଏଠାରେ ଜୁନରେ 6 ପ୍ରତିଶତ ରହିବା ସହ ଜୁଲାଇରେ 7 କୁ ପହଞ୍ଚିଛି । ଏହି ବିଶ୍ଲେଷଣରୁ ଜଣାପଡିଛି ଯେ, ଜୁନରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତ ଅଧିକ ଗୁରୁତର ରହିଥିଲେ । ସେମାନଙ୍କ ମଧ୍ୟରୁ କେତେଙ୍କ 24 ଘଣ୍ଟାରେ ଜୀବନ ଯାଉଥିଲା ତ ଅନ୍ୟ କେତେକଙ୍କ 4 ଦିନ ପରେ ।
ଗତ ଚାରି ଦିନରେ ଆଡମିଶନ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ରୁ 12 ଜୁନ୍ ମଧ୍ୟରେ ମୋଟ ମୃତ୍ୟୁ ହାର 67 ପ୍ରତିଶତ ଥିବାବେଳେ ଡାକ୍ତରଖାନାରେ ଭର୍ତ୍ତି ହେବାର 24 ଘଣ୍ଟା ମଧ୍ୟରେ ମୃତ୍ୟୁ ହାର 34 ପ୍ରତିଶତ ଥିଲା। ଜୁଲାଇ 1 ରୁ 12 ମଧ୍ୟରେ ଆଡମିଶନ ହେବାର 4 ଦିନ ମଧ୍ୟରେ ମୃତ୍ୟୁ ହାର ମାତ୍ର 35 ପ୍ରତିଶତ ହୋଇଥିବାବେଳେ ନିଯୁକ୍ତି ହେବାର 24 ଘଣ୍ଟା ମଧ୍ୟରେ ମୃତ୍ୟୁ ହାର 15 ପ୍ରତିଶତ ଥିଲା।