ETV Bharat / bharat

ଦିଲ୍ଲୀର 100 ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବର୍ତ୍ତମାନ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 3000 ପାର କରିଛି । ଫଳରେ ଦିଲ୍ଲୀ ସରକାର 100ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

author img

By

Published : Apr 29, 2020, 11:38 AM IST

_containment zone
ଦିଲ୍ଲୀର 100 ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି । ବର୍ତ୍ତମାନ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 3000 ପାର କରିଛି । ଫଳରେ ଦିଲ୍ଲୀ ସରକାର 100ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ଦିଲ୍ଲୀ ସରକାର ଶାହିନବାଗର ଘର ନମ୍ବର 152-162 ବ୍ଲକ ଡିକୁ ସିଲ୍ କରିଛନ୍ତି । ତେବେ ଗତ କିଛି ଦିନ ପୂର୍ବରୁ ଭାସୁନ୍ଧରା ଏନକ୍ଲେଭର ମାନସାରା ଆପାର୍ଟମେଣ୍ଟକୁ ଡି-କଣ୍ଟେନ କରାଯାଇଥିଲା ହୋଇଛି ।

ତେବେ ଯେଉଁ ଅଞ୍ଚଳକୁ ହଟସ୍ପଟ୍ ଭାବରେ ସିଲ୍ କରାଯାଉଛି ଉକ୍ତ ଅଞ୍ଚଳରେ କୌଣସି ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଉନାହିଁ । ସେହିପରି ଭିତରେ ଥିବା ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉନାହିଁ । ଏଣୁ ଲୋକଙ୍କ ପାଖରେ ଅତ୍ୟାବଶକୀୟ ଜିନିଷ ପହଞ୍ଚାଇବା ପାଇଁ ପୋଲିସ୍ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନିୟାଜିତ କରାଯାଇଛି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 31 ହଜାର ଟପିଥିବା ବେଳେ କେବଳ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 3000 ପାର କରିଛି । ସେହିପରି ଭାରତରେ କୋରୋନା କାରଣରୁ 1007 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ଦିଲ୍ଲୀରେ 54 ଲୋକଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.