ETV Bharat / bharat

24 ଘଣ୍ଟାରେ ଦିଲ୍ଲୀରେ 20 ହଜାର କୋରୋନା ପରୀକ୍ଷା କରାଯାଇଛି: କେଜ୍ରିୱାଲ

ଗତ ଗୁରୁବାର ଦିଲ୍ଲୀରେ 20 ହଜାର କୋରୋନା ପରୀକ୍ଷା କରାଯାଇଛି । ଯାହା ଏପର୍ଯ୍ୟନ୍ତ ଦିଲ୍ଲୀର ଗୋଟିଏ ଦିନରେ ସର୍ବାଧିକ କୋରୋନା ପରୀକ୍ଷା ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

author img

By

Published : Jun 19, 2020, 11:46 AM IST

corona
24 ଘଣ୍ଟାରେ ଦିଲ୍ଲୀରେ 20 ହଜାର କୋରୋନା ପରୀକ୍ଷା କରାଯାଇଛି

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଏହି କ୍ରମରେ ଗତ ଗୁରୁବାର ଦିଲ୍ଲୀରେ 20 ହଜାର କୋରୋନା ପରୀକ୍ଷା କରାଯାଇଛି । ଯାହା ଏପର୍ଯ୍ୟନ୍ତ ଦିଲ୍ଲୀର ଗୋଟିଏ ଦିନରେ ସର୍ବାଧିକ କୋରୋନା ପରୀକ୍ଷା ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ଆଗାମୀ ଦିନରେ ଦିଲ୍ଲୀରେ ଆହୁରୀ ଅଧିକ କୋରୋନା ପରୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ ଜରିଆରେ କହିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ କୋରୋନା ପରୀକ୍ଷାରେ କୌଣସି ସମସ୍ୟା ନାହିଁ ସେ ଟ୍ବିଟରେ କହିଛନ୍ତି ।

ପ୍ରକାଶ ଥାଉକି, କେନ୍ଦ୍ର ଗୃହମନ୍ତ୍ରୀ ଦିଲ୍ଲୀରେ କରିଥିବା ସର୍ବଦଳୀୟ ବୈଠକରେ ଦିଲ୍ଲୀରେ ପ୍ରତ୍ୟେକ ଦିନ 18000 କୋରୋନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶରେ କୋରୋନା ମାମଲା ଦୃଷ୍ଟିରୁ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି । ଦିଲ୍ଲୀରେ ବର୍ତ୍ତମାନ 49979 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ଦିଲ୍ଲୀରେ କୋରୋନାରେ 1969 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.