ETV Bharat / bharat

ଚାଷୀ ଆନ୍ଦୋଳନ ସମର୍ଥନରେ ସୋମବାର କେଜ୍ରିୱାଲଙ୍କ ଉପବାସ - ଚାଷୀ ଆନ୍ଦୋଳନ

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସୋମବାର ସମ୍ପୂର୍ଣ୍ଣ ଦିନ ଉପବାସ ରଖିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେବଳ ନିଜେ ନୁହେଁ ଅନ୍ୟମାନଙ୍କୁ ମଧ୍ୟ ଉପବାସ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ ସମର୍ଥନରେ ସୋମବାର କେଜ୍ରିୱାଲଙ୍କ ଉପବାସ

author img

By

Published : Dec 13, 2020, 5:58 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ । ସେପଟେ ଏହି ଆନ୍ଦୋଳନକୁ ଆଳ କରି ରାଜନୈତିକ ରୋଟି ସେକିବାରେ ଲାଗିଛନ୍ତି କିଛି ନେତା । ଏହାରି ମଧ୍ୟରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସୋମବାର ସମ୍ପୂର୍ଣ୍ଣ ଦିନ ଉପବାସ ରଖିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେବଳ ନିଜେ ନୁହେଁ ଅନ୍ୟମାନଙ୍କୁ ମଧ୍ୟ ଉପବାସ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେଜ୍ରିୱାଲ କହିଛନ୍ତି, କ୍ରୀଡା ଜଗତର ବିଶିଷ୍ଟ ବ୍ୟକ୍ତି ଚାଷୀଙ୍କୁ ସମର୍ଥନ କଲେ, କଣ ସେମାନେ ଦେଶଦ୍ରୋହୀ? କଣ ଦେଶର ଆଇନଜୀବୀ ଓ ବ୍ୟବସାୟୀ ଦେଶଦ୍ରୋହୀ ବୋଲି ସେ ପ୍ରଶ୍ନ କରିଛନ୍ତି । ଆନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ କଂଗ୍ରେସ ସରକାର ବଦନାମ କରିଆସୁଥିଲା । ଠିକ ସେହିପରି ଚାଷୀ ଆନ୍ଦୋଳନକୁ ବିଜେପି ବଦନାମ କରୁଥିବା କହିଛନ୍ତି କେଜ୍ରିୱାଲ ।

ଡିଜିଟାଲ କନଫରେନ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆନ୍ଦୋଳନରେ ଅନେକ ପୂର୍ବତନ ସୈନିକ ବସିଛନ୍ତି । ଏମାନେ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦେଇଥିଲେ । କଣ ଏମାନେ ବି ଦେଶଦ୍ରୋହୀ ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ସିଏମ କେଜ୍ରିୱାଲ କହିଛନ୍ତି, ପୂର୍ବରୁ ଶସ୍ୟ ସଂରକ୍ଷଣର ଗୋଟିଏ ସୀମା ଥିଲା । ବେଆଇନ ମହଜୁଦ କରି ରଖିଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଥିଲା । ହେଲେ ଏବେ ଯେଉଁ ଆଇନ ଆସିଛି, ସେଥିରେ ବେଆଇନ ମହଜୁଦର ଆଶଙ୍କା ରହିଥିବା ବେଳେ ଦରଦାମ ବୃଦ୍ଧି ହେବ ବୋଲି କହିଛନ୍ତି କେଜ୍ରିୱାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.