ନୂଆଦିଲ୍ଲୀ: ନିର୍ବାଚନୀ ଋତୁରେ ଚାଲିଛି ଜୋରଦାର ପ୍ରଚାର । ମୈଦାନରେ ହେଭିଓ୍ବେଟ୍ । ସବୁ ଦଳ ସବୁ ଜୋର ଲଗାଇ ଆର ପାର ଲଢେଇ ପାଇଁ ଅଣ୍ଟା ଭିଡିଛନ୍ତି । ରୋଡ ଶୋ' ଓ ଜନସଭା ମାଧ୍ୟମରେ ନିଜ ନିଜ ଦଳ ପାଇଁ ଭୋଟ ମାଗୁଛନ୍ତି ନେତାଏ । ଏହି କ୍ରମରେ ଆଜି (ଶନିବାର) ମୋତି ନଗର ଅଞ୍ଚଳରେ ରୋଡ ଶୋ' ମାଧ୍ୟମରେ ନିଜ ଦଳର ପ୍ରଚାର କରୁଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ । କିନ୍ତୁ ଏହି ରୋଡ ଶୋ'ରେ ହଠାତ ଜଣେ ଯୁବକ କେଜ୍ରିୱାଲଙ୍କୁ ଚାପୁଡା ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ପରେ ଚାପୁଡା ମାରିଥିବା ଯୁବକଙ୍କୁ କେଜ୍ରିୱାଲଙ୍କ ସମର୍ଥକମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ବର୍ତ୍ତମାନ ଯାଏ ଚାପୁଡା ମାରିଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ । ଏହା ପୂର୍ବରୁ ୨୦୧୪ ଏପ୍ରିଲ ୪ରେ ମଧ୍ୟ ଏକ ରୋଡ ଶୋ'ରେ ଜଣେ ବ୍ୟକ୍ତି ଦିଲ୍ଲୀ ସିଏମଙ୍କୁ ଚାପୁଡା ମାରିଥିଲେ ।