ETV Bharat / bharat

‘ମୋବାଇଲ ଆପ୍‌’ରେ ଅପପ୍ରଚାରକାରୀଙ୍କୁ ଧରିବେ କେଜ୍ରିୱାଲ ସରକାର

କେଜ୍ରିୱାଲ ସରକାରଙ୍କ ବିରୋଧରେ ମିଥ୍ୟା ଅପପ୍ରଚାର ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ସରକାର ଆଣିଲେ ନୂଆ ମୋବାଇଲ ଆପ୍‌ । ଅଧିକ ପଢନ୍ତୁ...

author img

By

Published : Oct 16, 2019, 7:26 PM IST

ମିଥ୍ୟାବାଦୀଙ୍କୁ ସାବାଡ କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ବିରୋଧରେ ମିଥ୍ୟା ଖବର ପ୍ରଚାର କରୁଥିଲେ ସାବଧାନ । କାରଣ କେଜ୍ରିୱାଲ ସରକାର ବୁଧବାର 'AK' ନାମରେ ଏକ ଆପ୍‌ ଲଞ୍ଚ କରିଛନ୍ତି । ଏହି ଆପ୍‌ରେ ଆପଣ ଯଦି ସରକାରଙ୍କ ବିରୋଧରେ କୌଣସି ମିଥ୍ୟା ଖବରକୁ ପ୍ରଚାର କରୁଛନ୍ତି ଏହି ଆପ୍‌ ଜଣାଇ ଦେବ ଖବରରେ କେତେ ସତ୍ୟତା ଅଛି । କେଉଁ ସଂସ୍ଥା ଏଭଳି ମିଥ୍ୟା ଓ ଗୁଜବ ଖବର ପ୍ରଚାର କରୁଛି ତାହା ମଧ୍ୟ ଜଣାଇବ ଏହି ଆପ୍‌ ।

ଏନେଇ ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଅନେକ ଥର ଆମ୍‌ ଆଦମି ପାର୍ଟି ବା ଦିଲ୍ଲୀ ସରକାରଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରାଯାଏ । ଯାହାର ସତ୍ୟତା ଲୋକଲୋଚନକୁ ଆଣିବାକୁ ଆମକୁ ସୁଯୋଗ ମଧ୍ୟ ଦିଆଯାଏ ନାହିଁ । ତେଣୁ ଏହି ଆପ୍‌ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିବୁ ଆମେ । ଏହି ଆପ୍‌ରେ ଥିବା ' Truth V/s Propaganda' ଭାଗରେ ସରକାରଙ୍କ ବିରୋଧରେ ପ୍ରଚାର କରାଯାଉଥିବା ସମସ୍ତ ଘଟଣାର ସତ୍ୟତା ଲୋକେ ଦେଖି ଓ ଶୁଣି ପାରିବେ । ଯାହା ଦ୍ବାରା ଲୋକ ଜାଣି ପାରିବେ ସତ କଣ ? ମିଛ କଣ ?

ତେବେ ଖାଲି ମିଥ୍ୟା ଖବର ନୁହେଁ ଦିଲ୍ଲୀ ସରକାର ସହ ଜଡିତ ଥିବା ସମସ୍ତ ତଥ୍ୟ ଏହି ଆପ୍‌ ଜରିଆରେ ଲୋକେ ପାଇ ପାରିବେ । ଏପରିକି ଦିଲ୍ଲୀ ସରକାରଙ୍କ ଦ୍ବାରା ଚାଲିଥିବା ଗୁଡ ଗଭର୍ଣ୍ଣାନ୍ସ ମଡେଲ ସହ ଜଡିତ ଥିବା ସମସ୍ତ ଖବର ଭିଡିଓ ଓ ଫଟୋ ବି ଲୋକେ ଦେଖି ପାରିବେ । ଏହାସହ ସରକାର ଦ୍ବାରା ଆୟୋଜିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ଲୋକେ ଘରେ ବସି ଏହି ଆପ୍‌ ଯୋଗେ ଲାଇଭ ମଧ୍ୟ ଦେଖି ପାରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.