ETV Bharat / bharat

ପଞ୍ଜାବର କୃଷି ନିୟମକୁ ନକଲି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ - ପଞ୍ଜାବର କୃଷି ନିୟମ

କୃଷି ସହ ଜଡିତ ତିନୋଟି ଆଇନକୁ ରଦ୍ଦ କରିବାକୁ ପଞ୍ଜାବ ବିଧାନସଭା ଦ୍ବାରା ଏକ ବିଧେୟକ ପାରିତ ହୋଇଛି। ଏ ସମ୍ପର୍କିତ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟକୁ ନେଇ କେଜ୍ରିୱାଲ ପ୍ରତିଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ
author img

By

Published : Oct 21, 2020, 9:02 PM IST

ନୂଆଦିଲ୍ଲୀ: କୃଷି ସହ ଜଡିତ ତିନୋଟି ଆଇନକୁ ରଦ୍ଦ କରିବାକୁ ପଞ୍ଜାବ ବିଧାନସଭା ଦ୍ବାରା ଏକ ବିଧେୟକ ପାରିତ ହୋଇଛି। ଏହା ବ୍ୟତୀତ ଅମରିନ୍ଦର ସରକାର ମଧ୍ୟ ମଙ୍ଗଳବାର କୃଷି ସମ୍ବନ୍ଧୀୟ ତିନୋଟି ବିଲ୍ ପାସ୍ କରିବାରେ ସଫଳ ହୋଇଥିଲେ। ଆମ ଆଦମୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ମଧ୍ୟ ଏହି ତିନୋଟି ବିଲକୁ ସମର୍ଥନ କରିଥିଲେ କିନ୍ତୁ କଂଗ୍ରେସ ସରକାର ସବୁବେଳେ ଉଭୟ ଦଳକୁ ଟାର୍ଗେଟ କରିଆସୁଛି ।

ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ବିଟ କରାଯାଇଛି ଯେଉଁଥିରେ ଆମ୍ ଆଦମୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳକୁ ଟାର୍ଗେଟ କରାଯାଇଛି। ଏହାପରେ ଅରବିନ୍ଦ କେଜ୍ରିୱାଲ ପ୍ରତିଆକ୍ରମଣ କରିଥିଲେ । ଅମରିନ୍ଦର ସିଂଙ୍କୁ ସମ୍ବୋଧନ କରି ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି କହିଛନ୍ତି, ‘ରାଜା ସାହେବ, ଆପଣ କେନ୍ଦ୍ର ଆଇନରେ ସଂଶୋଧନ କରିଛନ୍ତି। ରାଜ୍ୟ କେନ୍ଦ୍ରର ନିୟମ ପରିବର୍ତ୍ତନ କରିପାରିବ କି ? ନା ଆପଣ ନାଟକ କରୁଛନ୍ତି ’ । କେଜ୍ରିୱାଲ ଆହୁରି କହିଛନ୍ତି, ‘ଆପଣ ଜନସାଧାରଣଙ୍କୁ ବୋକା ବନାଇଛନ୍ତି। ଆସନ୍ତାକାଲି ଆପଣ ଯେଉଁ ଆଇନ ପ୍ରଣୟନ କଲେ, କଣ ଏହାପରେ ପଞ୍ଜାବର କୃଷକମାନେ ଏମଏସପି ପାଇବେ କି ? ନା। କୃଷକମାନେ MSP ଚାହୁଁଛନ୍ତି, ଆପଣଙ୍କର ନକଲି ଏବଂ ମିଥ୍ୟା ନିୟମ ନୁହେଁ ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.