ETV Bharat / bharat

ଶପଥ ପରେ କେଜ୍ରିୱାଲଙ୍କ ସମ୍ବୋଧନ: ଦେଶକୁ ଦିଲ୍ଲୀ ଶିଖାଇଛି ନୂଆ ରାଜନୀତି

author img

By

Published : Feb 16, 2020, 2:56 PM IST

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କେଜ୍ରିୱାଲଙ୍କ ସମ୍ବୋଧନ । ଦିଲ୍ଲୀବାସୀଙ୍କୁ ଜଣାଇଲେ ଧନ୍ୟବାଦ । ଆଜି ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛି । ଏହା ମୋର ବିଜୟ ନୁହେଁ, ଆପଣ ସମସ୍ତଙ୍କ ବିଜୟ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ରାମଲୀଳା ମୈଦାନରେ ତୃତୀୟ ଥର ପାଇଁ ଆପ୍‌କୁ ମିଳିଲା ଦିଲ୍ଲୀ ଦାୟିତ୍ବ । ସିଏମ ସିଂହାସନରେ ଅଭିଷିକ୍ତ ହେଲେ ଆପ୍‌ ମୁଖିଆ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କେଜ୍ରିୱାଲଙ୍କ ସମ୍ବୋଧନ । ଦିଲ୍ଲୀବାସୀଙ୍କୁ ପ୍ରଣାମ କରିବା ସହ ଜଣାଇଲେ ଧନ୍ୟବାଦ । ଆଜି ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛି । ଏହା ମୋର ବିଜୟ ନୁହେଁ, ଆପଣ ସମସ୍ତଙ୍କ ବିଜୟ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଆବଶ୍ୟକ କରୁଛୁ । କେନ୍ଦ୍ର ସରକାରଙ୍କ ସହ ମିଶି ଦିଲ୍ଲୀକୁ ଆଗକୁ ନେବାକୁ ଚାହୁଁଛି ବୋଲି କହିଛନ୍ତି କେଜ୍ରିୱାଲ ।

ଶପଥ ପରେ କେଜ୍ରିୱାଲଙ୍କ ସମ୍ବୋଧନ

ଏହା ଜଣେ ଦିଲ୍ଲୀବାସୀ, ଜଣେ ମା, ଜଣେ ଭଉଣୀ ଓ ଜଣେ ବିଦ୍ୟାର୍ଥୀର ବିଜୟ ବୋଲି ଶପଥ ଗ୍ରହଣ ପରେ ସମେବତ ଜନତାଙ୍କୁ ସମ୍ଭୋଧନ କରି କହିଛନ୍ତି ସିଏମ କେଜ୍ରିୱାଲ । ବିଗତ ପାଞ୍ଚ ବର୍ଷ କାର୍ଯ୍ୟକାଳରେ ଯେଉଁଭଳି ଭାବରେ ଦିଲ୍ଲୀର ବିକାଶ ପାଇଁ ପ୍ରୟାସ ଜାରି ରହିଥିଲା ଆଗାମୀ ପାଞ୍ଚବର୍ଷରେ ମଧ୍ୟ ସମାନ ପ୍ରଚେଷ୍ଟା ଜାରି ରହିବ । ‘ନିଜ ନିଜ ଗାଁକୁ ଫୋନ କରି କହିଦିଅ ଯେ, ଆମ ପୁଅ ମୁଖ୍ୟମନ୍ତ୍ରୀ ହୋଇଯାଇଛି’ ବୋଲି ସମବେତ ଶତାଧିକ ଜନତାଙ୍କୁ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ଶପଥ ପରେ କେଜ୍ରିୱାଲଙ୍କ ସମ୍ବୋଧନ

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ମୁଁ କେବଳ ଆମ୍‌ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ନୁହେଁ, ସମସ୍ତଙ୍କ ମୁଖ୍ୟମନ୍ତ୍ରୀ । ଯିଏ ଯାହାକୁ ଭୋଟ ଦେଇଛ ସେ କଥା ଏବେ ପୁରୁଣା , ଏବେ ଦିଲ୍ଲୀର ଦୁଇ କୋଟି ଜନତା ମୋ ପରିବାର । ଯେତେବେଳେ ଯେ କୌଣସି କାମ ଅଛି ମୋ ପାଖକୁ ଆସିଲେ ବିନା କୌଣସି ଦ୍ବିଧାରେ ସମସ୍ତଙ୍କ କାମ କରିବି । ଏଥି ପାଇଁ ଧର୍ମ ଅବା ପାର୍ଟିର କୌଣସି ବାରଣ ନାହିଁ। ଦିଲ୍ଲୀ ବାସୀଙ୍କ ସେବା ପାଇଁ ମୁଁ ରହିଛି।

ଶପଥ ପରେ କେଜ୍ରିୱାଲଙ୍କ ସମ୍ବୋଧନ

ଶପଥ ନେବା ପରେ କେଜ୍ରିଓ୍ବାଲ କହିଥିଲେ, ଲୋକେ କହୁଛନ୍ତି କେଜ୍ରିଓ୍ବାଲ ସବୁ ମାଗଣାରେ ଦେଉଛନ୍ତି । ହେଲେ ଦୁନିଆରେ ସମସ୍ତ ମୂଲ୍ୟବାନ ଜିନିଷ ଭଗବାନ ଫ୍ରି ଦେଇଛନ୍ତି । ମାର ଭଲ ପାଇବା, ପିତାଙ୍କ ତପସ୍ୟା, ଶ୍ରବଣ କୁମାର ସେବା ମଧ୍ୟ ଫ୍ରି ସେବା ଅଟେ । ଦିଲ୍ଲୀବାସୀ ନିଜ କେଜ୍ରିୱାଲଙ୍କୁ ଭଲ ପାଉଛନ୍ତି, କେଜ୍ରିୱାଲ ମଧ୍ୟ ନିଜ ଦିଲ୍ଲୀବାସୀଙ୍କୁ ଭଲ ପାଉଛି, ଏହି ଭଲ ପାଇବା ହିଁ ଫ୍ରିରେ ଦେଇପାରିବ କେଜ୍ରିୱାଲ ବୋଲି ସେ କହିଛନ୍ତି ।

ଶପଥ ପରେ କେଜ୍ରିୱାଲଙ୍କ ସମ୍ବୋଧନ

ଦିଲ୍ଲୀବାସୀ ଏକ ନୂତନ ରାଜନୀତିକୁ ଜନ୍ମ ଦେଇଛନ୍ତି । ଏହି ରାଜନୀତିର ଗାରିମାର ଡିଣ୍ଡିମ ସାରା ଦେଶରେ ବାଜୁଛି । ଦିଲ୍ଲୀକୁ କେଜ୍ରିୱାଲ ନୁହେଁ, ଅଟୋବାଲା, ଶିକ୍ଷକ ଡାକ୍ତର, ଛାତ୍ର ଓ ସମସ୍ତି ଦିଲ୍ଲୀବାସୀ ଚଳାଉଛନ୍ତି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ନେତା ଓ ପାର୍ଟି ଆସିବେ ଯିବେ ମାତ୍ର ଏହି ସମସ୍ତଙ୍କ ପ୍ରୟାସରେ ଦିଲ୍ଲୀ ଆଗକୁ ବଢୁଛି । ଶପଥ ପ୍ରଦାନ ମଝିରେ କେଜ୍ରିଓ୍ବାଲ ମଞ୍ଚ ଉପରେ ଭାରତ ମାତାଙ୍କ ଉଦ୍ଦେଶ୍ୟରେ ଏକ କବିତା ମଧ୍ୟ ପାଠ କରିଥିଲେ। ଏହାସହ ସଭା ଶେଷରେ ହମ ହୋଙ୍ଗେ କାମୟାବ ହମ ହୋଙ୍ଗେ କାମୟାବ ଏକ ଦିନ..କବିତା ପାଠ କରିଥିଲେ କେଜ୍ର୍ୱାଲ ।

ଏଠାରେ ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଭାବେ ତୃତୀୟଥର ଲାଗି ରବିବାର ଶପଥ ନେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ଉପରାଜ୍ୟପାଳ ଅନିଲ ବେଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ରାମଲୀଳା ମୈଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ କେଜରିଓ୍ବାଲଙ୍କ ସମେତ ତାଙ୍କର ପୁରୁଣା ମନ୍ତ୍ରିମଣ୍ଡଳର 6ଜଣ ସଦସ୍ୟ ଶପଥପାଠ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.