ନୂଆଦିଲ୍ଲୀ: କୋରୋନାକୁ ହରାଇଲେ ବିଜେପି ବିଧାୟକ ମୋହନ ସିଂ ବିଷହତ । ଶନିବାର ଦିଲ୍ଲୀ ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବିଧାୟକ ମୋହନ ସିଂ ବିଷତ । ତାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଦେଇଥିବାରୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ କୋରୋନାକୁ ପ୍ରତିହତ କରି ସେ ଆରୋଗ୍ୟ ଲାଭ କରିଛନ୍ତି ।
ମେଡିକାଲରେ ଥିବା ସମୟରେ ତାଙ୍କର ରକ୍ତଚାପ ଓ ମଧୁମେହ ରୋଗର ସମସ୍ୟା ଦେଖାଦେଇଥିଲା । ଦିଲ୍ଲୀର କରଓ୍ବାଲ ନଗର ନିର୍ବାଚନ ମଣ୍ତଳୀର ବିଧାୟକ ଅଟନ୍ତି ମୋହନ ସିଂ ବିଷତ । ତେବେ ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 648315 ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଛୁଇଁଛି 18655 । ସେହିକ୍ରମରେ ଦିଲ୍ଲୀରେ ମଧ୍ୟ ପଜେଟିଭଙ୍କ ସଂଖ୍ୟା 94695 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 2923 ରହିଛି ।
ସୌଜନ୍ୟ @IANS