ETV Bharat / bharat

ଦିଲ୍ଲୀ ଦଙ୍ଗଲ: ଏମିତି ଟ୍ବିଟ କଲେ ମନୋଜ ତିୱାରୀ, ବଢିଲା ଚର୍ଚ୍ଚା - Delhi election

ସମସ୍ତ ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ । ଆମେ ସରକାର ଗଠନ କରିବୁ । ଆମକୁ ସରକାର ଗଠନରୁ କେହି ଅଟକାଇ ପାରିବେ ନାହିଁ । ମୋର ଏହି ଲେଖାକୁ ସଂରକ୍ଷିତ ରଖନ୍ତୁ ଭୁଲ ପ୍ରମାଣିତ ହେବନାହିଁ କହିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ତଥା ସାଂସଦ ମନୋଜ ତିୱାରୀ । ପଢନ୍ତୁ ସଂପୂର୍ଣ୍ଣ ଖବର...

ଦିଲ୍ଲୀ ବିଧାନସଭା
ଦିଲ୍ଲୀ ବିଧାନସଭା
author img

By

Published : Feb 8, 2020, 10:37 PM IST

ନୂଆଦିଲ୍ଲୀ: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ । 11 ଫେବୃଆରୀରେ ସ୍ପଷ୍ଟ ହେବ ଦିଲ୍ଲୀ କାହାର ? ଆପ ନା ବିଜେପି ? ନା ପୁଣିଥରେ କ୍ଷମତାକୁ ଫେରିବ କଂଗ୍ରେସ ? ଏଭଳି ପ୍ରଶ୍ନ ଏବେ ସାରା ଦେଶରେ ଉଙ୍କି ମାରୁଛି । ସମସ୍ତ ଦଳ ନିଜ ନିଜ ବିଜୟକୁ ନେଇ ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ ଆସିଛି ବୁଥ ବାହୁଡା ମତ ।

PHOTO
ଫଟୋ ସୌଜନ୍ୟ: @ManojTiwariMP

ଶନିବାର ସଂଧ୍ୟା 6ଟାରେ ମତଦାନ ଶେଷ ହେବାପରେ ବିଭିନ୍ନ ଏଜେନ୍ସି କରିଥିବା ଏକଜିଟ୍ ପୋଲ ରିପୋର୍ଟ ଆସିଛି । ଦେଶର ପ୍ରାୟ 6ଟି ଜଣାଶୁଣା ସର୍ଭେ ସଂସ୍ଥାର ପୂର୍ବାନୁମାନ କହୁଛି ଦିଲ୍ଲୀରେ କ୍ଷମତା ବଜାୟ ରଖିବ ଆପ । ଏହାକୁ ନେଇ ଆପ୍ ଶିବିରରେ ଏବେ ଖୁସିର ମାହୋଲ । ତେବେ ଏକଜିଟ ପୋଲକୁ ନେଇ ବିଜେପି ଶିବିରରେ ନିରାଶା ଦେଖାଦେଇଥିବା ବେଳେ କଂଗ୍ରେସ କିଛି ଚମତ୍କାର ଆଶାରେ ରହିଛି ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ଏହାରି ଭିତରେ ଦିଲ୍ଲୀ ବିଜେପି ମୁଖ୍ୟ ତଥା ସାଂସଦ ମନୋଜ ତିୱାରୀଙ୍କ ଟ୍ବିଟକୁ ନେଇ ବଢୁଛି ଚର୍ଚ୍ଚା । ମନୋଜ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ସମସ୍ତ ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ । ବିଜେପି ବିନା ଦ୍ବିଧାରେ 48 ସିଟରେ ବିଜୟୀ ହୋଇ ସରକାର ଗଠନ କରିବ । ଦୟାକରି ଭୋଟ ଗଣତି ଦିନ ଇଭିଏମକୁ ଦୋଷ ଦେଇ ବାହାନା କରିବେ ନାହିଁ ବୋଲି ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏହାସହ ମନୋଜ କହିଛନ୍ତି ମୋର ଏହି ଟ୍ବିଟକୁ ସେଭ୍ (ସଂରକ୍ଷିତ) ରଖିବା ପାଇଁ କହିଛନ୍ତି ।

ସେପଟେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁବାଷ ଚୋପ୍ରା କହିଛନ୍ତି ସବୁ ଏକଜିଟ ପୋଲ ଫେଲ ମାରିବ । ବିଜେପି 20ରୁ ଅଧିକ ସିଟ ପାଇବ ନାହିଁ । କେଜ୍ରିୱାଲ ସରକାର ଗଠନ କରିପାରିବେ ନାହିଁ । ଏକଜିଟ ପୋଲରେ ଯାହା ଆସିଛି କଂଗ୍ରେସ ଆହୁରି ଭଲ କରିବ । ତେବେ ସେ ଭୋଟ ଗଣତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.