ETV Bharat / bharat

CAA ପ୍ରଦର୍ଶନ: ଚନ୍ଦ୍ର ଶେଖର ଆଜାଦ ଅଟକ

author img

By

Published : Dec 21, 2019, 9:30 AM IST

CAA ବିରୋଧରେ ପ୍ରଦର୍ଶନବେଳେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଶୁକ୍ରବାର ମଧ୍ୟ ରାତ୍ରିରେ ଅଟକ ରଖିଛି ପୋଲିସ ।

chandrashekhar-azad-has-been-detained
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: CAA ବିରୋଧରେ ପ୍ରଦର୍ଶନବେଳେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ଶୁକ୍ରବାର ମଧ୍ୟ ରାତ୍ରିରେ ଅଟକ ରଖିଛି ପୋଲିସ । ଦିଲ୍ଲୀର ଜାମା ମସଜିଦ ବାହାରୁ ତାଙ୍କୁ ପୋଲିସ ଉଠାଇ ନେଇଛି । ପ୍ରଥମେ ତାଙ୍କୁ ଦରିଆଗଞ୍ଜ ପୋଲିସ ଷ୍ଟେସନରେ ରଖାଯାଇଥିଲା। ପରେ ଆଜାଦଙ୍କୁ ମେଡିକାଲ ନିଆଯାଇଥିବା ଜଣା ପଡିଛି ।

ତେବେ ଏହା ପୂର୍ବରୁ ମଧ୍ୟ ଶୁକ୍ରବାର ଦିବା ସମୟରେ ପୋଲିସ ତାଙ୍କୁ ଅଟକ ରଖିବାର ପ୍ରୟାସ କରିଥିଲା । କିନ୍ତୁ ତାଙ୍କ ସମର୍ଥକ ତାଙ୍କୁ ପୋଲିସ କବଳରୁ ଛଡାଇ ନେବାକୁ ସଫଳ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏନଆରସି ବିରୋଧରେ ଶୁକ୍ରବାର ଭୀମ ଆର୍ମି ପ୍ରଦର୍ଶନ କରିଥିଲା । ଏହି ପ୍ରଦର୍ଶନରେ ଚନ୍ଦ୍ର ଶେଖର ଆଜାଦ ମଧ୍ୟ ସାମିଲ ହୋଇଥିଲେ ଏବଂ ସିଏଏ ବିରୋଧରେ ନାରାବାଜି କରିଥିଲେ । ସେପଟେ ଚନ୍ଦ୍ର ଶେଖର ଆଜାଦଙ୍କ ଏହି ପ୍ରଦର୍ଶନକୁ କଂଗ୍ରେସ ସମର୍ଥନ କରିଛି । କଂଗ୍ରେସ ନେତା ଦିଗବିଜୟ ସିଂହ ଭୀମ ଆର୍ମିର ମୋର୍ଚ୍ଚାକୁ ସମର୍ଥନ କରି ଟ୍ବିଟ କରି ଲେଖିଛନ୍ତି, ଭୀମ ଆର୍ମିର ଜାମା ମସଜିଦରୁ ଜନ୍ତରମନ୍ତର ପର୍ଯ୍ୟନ୍ତ ଆୟୋଜିତ ରାଲିକୁ ମୁଁ ସମର୍ଥନ କରୁଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.