ETV Bharat / bharat

କୋରୋନା ମାମଲା: ଦ୍ବିତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟ ପାଲଟିଲା ଦିଲ୍ଲୀ

ଦିଲ୍ଲୀରେ କୋରୋନାସ୍ଥିତି ଅତି ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ରିପୋର୍ଟରେ ତାମିଲନାଡୁକୁ ପଛରେ ପକାଇ ଏବେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ 2ୟରେ ଦିଲ୍ଲୀରେ ରହିଛି ।

author img

By

Published : Jun 23, 2020, 6:48 AM IST

କୋରୋନା ମାମଲା: ଦ୍ବିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ପାଲଟିଲା ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ସଙ୍ଗୀନ ହେଉଛି ରାଜଧାନୀ ଦିଲ୍ଲୀ ସ୍ଥିତି । ଲଗାତାର 3 ଦିନ ଧରି ସଂକ୍ରମଣ ମାମଲା 3 ହଜାର ରହୁଛି । ସୋମବାର ରିପୋର୍ଟ ପରେ ଏବେ ତାମିଲନାଡୁକୁ ମଧ୍ୟ ଟପି ଯାଇଛି । ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଗତ 24 ଘଣ୍ଟାରେ 2909 କୋଭିଡ ମାମଲା ଚିହ୍ନଟ ହୋଇଛି ।

ଦିଲ୍ଲୀରେ ମୋଟ ସଂକ୍ରମଣ ମାମଲା 62 ହଜାର 655ରେ ପହଞ୍ଚିଛି । ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା 59 ହଜାର 377ରେ ରହିଛି । ସେହିପରି ଗୋଟିଏ ସପ୍ତାହରେ ଦିଲ୍ଲୀରେ 18 ହଜାର 564ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ କରାଯାଇଛି । ମୁମ୍ବାଇରେ ମୋଟ ମାମଲା 66 ହଜାର 500ରେ ପହଞ୍ଚିଛି । ତେବେ ଗତ କିଛି ଦିନ ହେବ ମୁମ୍ବାଇ ସଂକ୍ରମଣ କମିଛି । ତେବେ ଦିଲ୍ଲୀରେ କ୍ରମାଗତ ସଂକ୍ରମଣ ଏପରି ବଢିବା ଦ୍ବାରା ଆଉ କିଛି ଦିନ ପରେ ମୁମ୍ବାଇକୁ ଟପି ଯିବ ।

ଦିଲ୍ଲୀରେ ସଂକ୍ରମିତ ମାମଲା ମଧ୍ୟରୁ 36 ହଜାର 602 ଜଣ ସୁସ୍ଥ ହୋଇଥିବାବେଳେ 23 ହଜାର 820 ରିପୋର୍ଟ ଏବେ ବି ସକ୍ରିୟ ରହିଛି । ସେହିପରି ସୋମବାରର 24 ଘଣ୍ଟିଆ ରିପୋର୍ଟରେ 58 ଜଣଙ୍କ ମୃତ୍ୟୁ ପରେ ମୋଟ 2233 ଜଣଙ୍କ କୋରୋନା ଜୀବନ ନେଇସାରିଲାଣି ।

ଦିଲ୍ଲୀରେ କୋଭିଡ-19 ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ 3,84,696 ନମୁନା ପରୀକ୍ଷା କରାଯାଇଛି, ଯେଉଁଥିରେ ସୋମବାର 14,682 ନମୁନା ପରୀକ୍ଷା କରାଯାଇଛି।

ଜାତୀୟ ରାଜଧାନୀରେ କୋଭିଡ-19 ମହାମାରୀକୁ ସଫଳତାର ସହ ମୁକାବିଲା କରିବା ପାଇଁ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ବିଜୟ ଦେବ ସୋମବାର ଗୃହ ବିଭାଗ ମନ୍ତ୍ରଣାଳୟର ସମସ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ) ବିକ୍ରମ ଦେବ ଦତ୍ତ ଏବଂ ବିଭାଗୀୟ କମିଶନର ସଞ୍ଜୀବ ଖୀରୱାରଙ୍କୁ ଦେଇଥିବା ନିର୍ଦ୍ଦେଶରେ ମୁଖ୍ୟ ସଚିବ ସେମାନଙ୍କୁ ଉନ୍ନତ ପରୀକ୍ଷଣ ଏବଂ ରୋଗୀ ଅନୁକୁଳ ଚିକିତ୍ସା ସେବା ନିଶ୍ଚିତ କରିବାକୁ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଦିଲ୍ଲୀର ସମସ୍ତ କୋଭିଡ-19 ପଜିଟିଭ ମାମଲାର ଯୋଗାଯୋଗ ଏବଂ କୋରୋନା ଭାଇରସ୍ ସଂକ୍ରମଣର ବିସ୍ତାରକୁ ଯାଞ୍ଚ କରିବା ପାଇଁ ସମସ୍ତ କଣ୍ଟେନମେଣ୍ଟ ଜୋନର ପୁନ-ମ୍ୟାପିଂ କରିବାକୁ ସୁପାରିଶ କରିଥିଲେ । ତେବେ ଏହାର ଗୋଟିଏ ଦିନ ପରେ ମୁଖ୍ୟ ସଚିବଙ୍କ ଠାରୁ ଏହି ନିର୍ଦ୍ଦେଶନାମା ଆସିଛି।

ଏହି ସମୟରେ, ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ଲାଜମା ଥେରାପି ଦିଆଯିବାର ଦୁଇ ଦିନ ପରେ ଆଇସିୟୁକୁ ​​ସ୍ଥାନାନ୍ତର କରାଯାଇଛି । ଜୁନ୍ 17 ରେ କୋରୋନା ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.