ETV Bharat / bharat

ଏପ୍ରିଲ 21ରୁ 24 ଘଣ୍ଟା ଖୋଲା ରହିବ ଦିଲ୍ଲୀ ଆଜାଦପୁର ମଣ୍ଡି

author img

By

Published : Apr 20, 2020, 7:01 PM IST

ଆଜାଦପୁର ପରିବା ହାଟ ଉପରେ ହଜାର ହଜାର ଲୋକ ନିର୍ଭରଶୀଳ । ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହୁଏ । ଅଧିକ ପଢନ୍ତୁ...

ଏପ୍ରିଲ 21ରୁ ଦିଲ୍ଲୀ ଆଜାଦପୁର ମଣ୍ଡି 24 ଘଣ୍ଟା ଖୋଲା
ଏପ୍ରିଲ 21ରୁ 24 ଘଣ୍ଟା ଖୋଲା ରହିବ ଦିଲ୍ଲୀ ଆଜାଦପୁର ମଣ୍ଡି

ନୂଆଦିଲ୍ଲୀ: ଲୋକଙ୍କ ହିତ ଦୃଷ୍ଟିରୁ ଏପ୍ରିଲ 21 ଅର୍ଥାତ ମଙ୍ଗଳବାରଠାରୁ ଦିଲ୍ଲୀ ଆଜାଦପୁର ପରିବା ହାଟ 24 ଘଣ୍ଟା ଖୋଲା ରହିବ । ଦିନସାରା ପରିବା ବିକ୍ରି ହେବ । ରାତିସାରା ଟ୍ରକ ଚଳାଚଳ ତଥା ମାଲ ଲୋଡିଂ, ଓଭରଲୋଡିଂ ଭଳି କାର୍ଯ୍ୟ ଜାରି ରହିବ । ଏନେଇ ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାଏ ସୂଚନା ଦେଇଛନ୍ତି ।

ଆଜାଦପୁର ପରିବା ହାଟ ଉପରେ ହଜାର ହଜାର ଲୋକ ନିର୍ଭରଶୀଳ । ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହୁଏ । ତେବେ ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ହାଟ ବନ୍ଦ ଥିବାବେଳେ ଲୋକେ ହଇରାଣ ହେଉଛନ୍ତି । ଅନ୍ୟାନ୍ୟ ଜାଗାରେ ପରିବାର ଦର ବଢି ଚାଲିଥିବାବେଳେ ଫଳ ମିଳିବା ମଧ୍ୟ କଷ୍ଟକର ହୋଇପଡିଛି । ତେଣୁ ଦିଲ୍ଲୀବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାର କଡା କଟକଣା ସହ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ସକାଳ 6ଟାରୁ ରାତି 10 ଯାଏଁ ପରିବା ବିକ୍ରି ହେବ । ଏହାପରେ ରାତି 10ରୁ ସକାଳ 6 ଯାଏଁ ଟ୍ରକ ଚଳାଚଳକୁ ଅନୁମତି ଦିଆଯିବ । ଏଥିରେ ପରିବା ବୋଝେଇ, ଲୋଡିଂ ଆଦି କାର୍ଯ୍ୟ ହେବ ବୋଲି ଗୋପାଳ ରାଏ କହିଛନ୍ତି । ସେହିପରି ହାଟ ଭିତରକୁ ପ୍ରତି 4 ଘଣ୍ଟାରେ 1000 ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ପ୍ରକାର କଟକଣା ଓ ନିୟମକୁ କଡାକଡି ପାଳନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.