ETV Bharat / bharat

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସ୍ମାରକ ସ୍ଥଳୀ, ମାସ୍କ ବାଧ୍ୟତାମୂଳକ - ସାମାଜିକ ଦୂରତ୍ବ

କୋରୋନା ଗାଇଡଲାଇନ୍ସ ସହ କୁତବ ମିନାର, ହୁମାୟୁନ ଟମ୍ବ, ସଫଦରଜଙ୍ଗ ଟମ୍ବ, ଲାଲକିଲ୍ଲା, ପୁରାନା କିଲ୍ଲା, ତୁଗଲାକବାଦ ଫୋର୍ଟ ଏବଂ ଫିରୋଜ ଶାହ କୋଟଲା ଭଳି ଐତିହ୍ୟ ସ୍ଥଳୀ ଖୋଲିଛି । ସାମାଜିକ ଦୂରତ୍ବ ଏବଂ ସାନିଟାଇଜେସନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସ୍ମାରକ ସ୍ଥଳୀ, ମାସ୍କ ବାଧ୍ୟତାମୂଳକ

author img

By

Published : Jul 7, 2020, 6:19 PM IST

ନୂଆଦିଲ୍ଲୀ: ଅନ୍ୟ ଦେଶ ଭଳି ଶେଷରେ ଭାରତରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିଛି । କୋରୋନା ସଂକ୍ରମଣ ଭିତରେ ଦିଲ୍ଲୀରେ ପ୍ରତ୍ନତତ୍ତ୍ବ ବିଭାଗ ସ୍ମାରକ ସ୍ଥଳୀ ଖୋଲିଛି । ତିନି ମାସ ବନ୍ଦ ପରେ ସୋମବାର ପର୍ଯ୍ୟଟକଙ୍କ ପାଇଁ ଏହିସବୁ ଜାଗା ଖୋଲିଛନ୍ତି ସରକାର ।

କୋରୋନା ଗାଇଡଲାଇନ୍ସ ସହ କୁତବ ମିନାର, ହୁମାୟୁନ ଟମ୍ବ, ସଫଦରଜଙ୍ଗ ଟମ୍ବ, ଲାଲକିଲ୍ଲା, ପୁରାନା କିଲ୍ଲା, ତୁଗଲାକବାଦ ଫୋର୍ଟ ଏବଂ ଫିରୋଜ ଶାହ କୋଟଲା ଭଳି ଐତିହ୍ୟ ସ୍ଥଳୀ ଖୋଲିଛି । ସାମାଜିକ ଦୂରତ୍ବ ଏବଂ ସାନିଟାଇଜେସନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ମାସ୍କ ବାଧ୍ୟତାମୂଳକ କରାଯିବା ସହ ଏହା ବିନା ପ୍ରବେଶ ନିଷେଧ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଦିଲ୍ଲୀରେ 173ଟି ସ୍ମାରକ ସ୍ଥଳୀ ରହିଛି । ଏଥିମଧ୍ୟରେ 3ଟି ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ ରହିଛି ।

ସଂସ୍କୃତି ମନ୍ତ୍ରଣାଳୟର ନିର୍ଦ୍ଦେଶାନୁସାରେ ଦିଲ୍ଲୀରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ମାରକୀ ସ୍ଥଳୀ ଖୋଲିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ପର୍ଯ୍ୟଟକ ଦୁଇଟି ପର୍ଯ୍ୟାୟ ଭ୍ରମଣ ପାଇଁ ଟିକେଟ୍ ବୁକ୍ କରିପାରିବେ । ଗୋଟିଏ ହେଉଛି ସକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ । ଅନ୍ୟଟି ହେଉଛି ମଧ୍ୟାହ୍ନରୁ ସନ୍ଧ୍ୟା 6ଟା ଯାଏଁ । ପ୍ରତିଥର ସର୍ବାଧିକ 1500 ଲୋକଙ୍କୁ ଭ୍ରମଣ ପାଇଁ ସୁଯୋଗ ମିଳିବ ବୋଲି ସୂଚନା ରହିଛି ।

ସାଧାରଣ ଦିନରେ ଲାଲକିଲ୍ଲାରେ ପ୍ରାୟ 8 ହଜାରରୁ 12 ହଜାର ପର୍ଯ୍ୟଟକ ଆସିଥାନ୍ତି । ସେହିପରି ହୁମାୟୁନ ଟମ୍ବରେ 6000ରୁ 10 ହଜାର ଲୋକଙ୍କ ସମାଗମ ହୋଇଥାଏ । କୁତବ ମିନାରରେ 8000ରୁ 10 ହଜାର ଲୋକ ଏକାଠି ହୁଅନ୍ତି । ଏହିସବୁ ଐତିହ୍ୟ ସ୍ଥଳୀ ମଧ୍ୟରେ ହୁମାୟୁନ ଟମ୍ବରେ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ । ପ୍ରକାଶ ଥାଉ କି କୋରୋନା ଯୋଗୁଁ ପ୍ରାୟ 3691ଟି ସ୍ମାରକ ସ୍ଥଳୀ ମାର୍ଚ୍ଚ 17ରୁ ବନ୍ଦ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.