ETV Bharat / bharat

ପୁଣି ବିଗିଡିଲା ଦିଲ୍ଲୀର ବାୟୁ ଗୁଣବତ୍ତା

author img

By

Published : Feb 27, 2020, 8:05 AM IST

ଦିଲ୍ଲୀର ରୋହିନି, ଆଇଟିଓ ଏବଂ ଆରକେ ପୁରମ ସମେତ ଅନେକ ସ୍ଥାନରେ ଗୁରୁବାର ବାୟୁର ଗୁଣବତ୍ତା ଖରାପ ଏବଂ ଅତ୍ୟନ୍ତ ଖରାପ ସ୍ତରରେ ଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

delhi air quality
ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ପୁଣିଥରେ ଖରାପ ସ୍ତରରେ ପହଞ୍ଚିଛି । ଦିଲ୍ଲୀର ରୋହିନି, ଆଇଟିଓ ଏବଂ ଆରକେ ପୁରମ ସମେତ ଅନେକ ସ୍ଥାନରେ ଗୁରୁବାର ବାୟୁର ଗୁଣବତ୍ତା ଖରାପ ଏବଂ ଅତ୍ୟନ୍ତ ଖରାପ ସ୍ତରରେ ଥିବା ରେକର୍ଡ କରାଯାଇଛି ।

ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ଅନୁଯାୟୀ, ଗୁରୁବାର ରାଜଧାନୀ ଦିଲ୍ଲୀର ରୋହିନୀ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 320 ରେକର୍ଡ କରାଯାଇଛି । ସେହିପରି ଆଇଟିଓରେ ମଧ୍ୟ ଏକ୍ୟୁଆଇ 301 ରହିଛି । ଯ।ହା ଅତ୍ୟନ୍ତ ଖରାପ ବୋଲି ବିବେଚିତ କରାଯାଏ । ସେପଟେ ଆରକେପୁରମରେ ଏକ୍ୟୁଆଇ 242 ରେକର୍ଡ ହୋଇଛି । ଯାହା ଖରାପ ଶ୍ରେଣୀରେ ଧାର୍ଯ୍ୟ ହୁଏ ।

ସୂଚନାଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ। ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ଧରାଯାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.