ETV Bharat / bharat

ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି, ବାୟୁ ଗୁଣବତ୍ତା ସନ୍ତୋଷଜନକ

author img

By

Published : Mar 1, 2020, 10:09 AM IST

ଦୀର୍ଘ ଦିନରୁ ପ୍ରଦୂଷଣ ବଳୟରେ ଥିବା ଦିଲ୍ଲୀବାସୀଙ୍କୁ ରବିବାର ସାମାନ୍ୟ ଆଶ୍ବସ୍ତି ମିଳିଛି । ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର କମ୍‌ ହୋଇଛି । ଅଧିକ ପଢନ୍ତୁ...

delhi  Air
ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ପ୍ରଦୂଷଣ ବଳୟରେ ଥିବା ଦିଲ୍ଲୀବାସୀଙ୍କୁ ରବିବାର ସାମାନ୍ୟ ଆଶ୍ବସ୍ତି ମିଳିଛି । ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର କମ୍‌ ହୋଇଛି । କିଛିଦିନର ବ୍ୟବଧାନ ପରେ ଦିଲ୍ଲୀର କେତେକ ସ୍ଥାନରେ ବାୟୁର ଗୁଣବତ୍ତାରେ ସନ୍ତୋଷଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଆର.କେ ପୁରାମ, ମୁଣ୍ଡକା, ଅଶୋକ ବିହାର ଏବଂ ପ୍ରତାପଗଞ୍ଜ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ସନ୍ତୋଷଜନକ' ରେକର୍ଡ ହୋଇଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସୂଚନା ମିଳିଛି ।

ସେହିପରି ସମସ୍ତ ଷ୍ଟେସନରେ ଏକ୍ୟୁଆଇ 'ସନ୍ତୋଷଜନକ' ଏବଂ 'ମଧ୍ୟମ' ବର୍ଗରେ ରହିଛି ।

ସୂଚନାଯୋଗ୍ୟ ଯେ, ବାୟୁଗୁଣବତ୍ତା 0-50 ମଧ୍ୟରେ ରହିଲେ ତାହାକୁ ଭଲ ବାୟୁ ବୋଲି କୁହାଯାଇଥାଏ । 51-100 ମଧ୍ୟରେ ରହିଲେ ତାହା ସନ୍ତୋଷ ଜନକ ହୋଇଥାଏ । ସେହିପରି 100-200 ମଧ୍ୟରେ ମଧ୍ୟମ ଧରଣର ଓ 201ରୁ 300 ନିକୃଷ୍ଟ, 301-400 ଅତି ନିକୃଷ୍ଟ ଓ 401-500 ମଧ୍ୟରେ ଥିବା ବାୟୁକୁ ବିପଦପୂର୍ଣ୍ଣ ବୋଲି କୁହାଯାଇଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.