ETV Bharat / bharat

ଅଣ କୋଭିଡ ରୋଗୀଙ୍କ ପାଇଁ ଦିଲ୍ଲୀ ଏମ୍ସର ନୂତନ ସୁବିଧା - doctor tele consult

ଅଣକୋଭିଡ ରୋଗୀଙ୍କୁ ଯୋଗାଇ ଦିଆଯିବ ନୂତନ ସୁବିଧା । ଦିଲ୍ଲୀ ଏମ୍ସ ନେଲା ନିଷ୍ପତ୍ତି। ଅଧିକ ପଢନ୍ତୁ..

Delhi AIIMS To Treat Registered Non-COVID Patients On Phone From April 20
ଅଣକୋଭିଡ ରୋଗୀଙ୍କୁ ଯୋଗାଇ ଦିଆଯିବ ନୂତନ ସୁବିଧା
author img

By

Published : Apr 19, 2020, 12:43 AM IST

ନୂଆଦିଲ୍ଲୀ: ଏମ୍ସରେ ଚିକିତ୍ସିତ ହେଉଥିବା ଅଣକୋଭିଡ ରୋଗୀଙ୍କୁ ଯୋଗାଇ ଦିଆଯିବ ନୂତନ ସୁବିଧା । ଏନେଇ ଏମ୍ସ ନିଷ୍ପତ୍ତି ନେଇଛି। ରୋଗୀମାନେ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ ଏବଂ ଏପ୍ରିଲ 20ରୁ ଫୋନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

ପୂର୍ବରୁ ଆପଏଣ୍ଟମେଣ୍ଟ ନେଇଥିବା ରୋଗୀଙ୍କ ସହ ଟେଲିଫୋନରେ କଥା ହେବେ ଡାକ୍ତର । ଏପରି କରିବା ଦ୍ବାରା ସେମାନଙ୍କୁ ବାରମ୍ବାର ହସ୍ପିଟାଲ ଆସିବା ପାଇଁ ପଡିବନାହିଁ । ସାମାଜିକଦୂରତ୍ବ ମଧ୍ୟ ବଜାୟ ରହିବ । ଲକଡାଉନର କୌଣସି ଆଦେଶ ମଧ୍ୟ ଉଲ୍ଲଂଘନ ହେବ ନାହିଁ ।

ପୂର୍ବରୁ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏପରି କରିବା ନେଇ ପରାମର୍ଶ ଦିଆଯାଇଥିଲା । ସେମାନେ ବର୍ତ୍ତମାନ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ । ଦିଆଯାଇଥିବା ତାରିଖରେ ସମ୍ପୃକ୍ତ ବିଭାଗ ଏବଂ ବିଶେଷଜ୍ଞ ଡାକ୍ତରମାନେ ଏହି ରୋଗୀମାନଙ୍କୁ କଲ କରିବେ ଏବଂ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ନେଇ ପରାମର୍ଶ ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.