ETV Bharat / bharat

ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 5 କର୍ମଚାରୀ ମୃତ

ଶ୍ବାସରୁଦ୍ଧ ହୋଇ 5 ସଫେଇ କର୍ମଚାରୀ ମୃତ । ଏହି ଘଟଣାଟି ରବିବାର ଅପରାହ୍ନ ସମୟରେ ଦିଲ୍ଲୀର ମୋତିନଗର ଅଞ୍ଚଳରେ ଘଟିଛି । ମୃତ କର୍ମଚାରୀମାନଙ୍କ ବୟସ 22 ରୁ 30 ବର୍ଷ ମଧ୍ୟରେ ହେବ ।

author img

By

Published : Mar 17, 2019, 10:37 PM IST

ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଶ୍ବାସରୁଦ୍ଧ ହୋଇ 5 ସଫେଇ କର୍ମଚାରୀ ମୃତ । ଏହି ଘଟଣାଟି ରବିବାର ଅପରାହ୍ନ ସମୟରେ ଦିଲ୍ଲୀର ମୋତିନଗର ଅଞ୍ଚଳରେ ଘଟିଛି । ମୃତ କର୍ମଚାରୀମାନଙ୍କ ବୟସ 22 ରୁ 30 ବର୍ଷ ମଧ୍ୟରେ ହେବ ।

ସୂଚନା ଅନୁଯାୟୀ, କର୍ମଚାରୀମାନେ ଦିଲ୍ଲୀ ମୋତି ନଗର ଅଞ୍ଚଳରେ ଡିଏଲଏଫ ଫ୍ଲାଟର ଆବର୍ଜନା ନଳା ସଫା କରୁଥିଲେ । ଏହି ସମୟରେ ବିଷାକ୍ତ ଗ୍ୟାସ ଦୁର୍ଗନ୍ଧରେ କର୍ମଚାରୀମାନେ ଅଣନିଶ୍ବାସୀ ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଅନ୍ୟ 3ଜଣଙ୍କୁ ସଙ୍ଗେ ସଙ୍ଗେ ଦିଲ୍ଲୀର ଦିନଦୟାଲ ଉପାଧେୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି ।

ଖବର ଅନୁଯାୟୀ, ଦିଲ୍ଲୀ ସହରରେ ଏପରି ଘଟଣା ବହୁବାର ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କୁ ସିଧାସଳଖ ଦାୟୀ କରାଯାଇଛି । କାରଣ କେଜ୍ରିୱାଲଙ୍କ ସରକାରଙ୍କ ବହୁବାର ଆର୍ବଜନା ସଫା ପାଇଁ ଟେକ୍ନୋଲୋଜିର ବ୍ୟବହାରପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାକୁ ପୂରଣ କରି ନାହାଁନ୍ତି । ଯାହା ଫଳରେ ବହୁ ନୀରିହ ଲୋକଙ୍କ ଜୀବନ ଅକାଳରେ ଚାଲିଯାଉଛି । ନୀରିହ ଲୋକଙ୍କ ଜୀବନ ସହ କେଜ୍ରିୱାଲ ସରକାର ଖେଳୁଥିବା କାରୋଲ ବାଗ୍ ବିଜେପି ସଭାପତି ଭାରତ ଭୂଷଣ ମଣ୍ଡନକହିଛନ୍ତି ।

ଘଟଣା ପରେ ଦିଲ୍ଲୀ ସହର 99 ୱାଡର କାଉନସିଲର ସୁନୀତା ମିଶ୍ର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତକ ମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Intro:Body:

'ଦିଗବିଜୟ ସିଂଙ୍କୁ ଗୁପ୍ତରୋଗ'

ଭୋପାଳ: ଥମିବାର ନାଁ ଧରୁନି ସେନାଙ୍କୁ ନେଇ ହେଉଥିବା ରାଜନୀତି। ଦିନକୁ ଦିନ ଏହି ବିବାଦ ବଢିବାରେ ଲାଗିଛି। ଆଉ ନିଆଁରେ ଘିଅ ଢାଳୁଛନ୍ତି ଶାସକ ଓ ବିରୋଧୀଙ୍କ ନେତା କର୍ମୀ। ପୁଲୱାମା ଆକ୍ରମଣକୁ ଏକ ଦୁର୍ଘଟଣା କହିବା ପରେ ବିବାଦରେ ଛନ୍ଦି ହୋଇପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ। ବିଭିନ୍ନ ମହଲରୁ ପ୍ରତିକ୍ରିୟା ପାଇବା ପରେ ଏବେ ବିଜେପିର ନେତା ବି ଦିଗବିଜୟଙ୍କୁ କଡା ସମାଲୋଚନା କରିଛନ୍ତି।

ସୂଚନା ଅନୁସାରେ, ଏକ ସଭାରେ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ବିଧାୟକ ଗୋପାଲ ଭାର୍ଗବ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, "ଦିଗବିଜୟଙ୍କ ହାତରେ ଓ ମୁହଁରେ ଗୁପ୍ତ ରୋଗ ହୋଇଛି। ସେଥିପାଇଁ ସେ ନିଜେ ଜାଣିପାରୁନାହାଁନ୍ତି କଣ କରୁଛନ୍ତି ଆଉ କଣ କହୁଛନ୍ତି।

କେବଳ ନିଜ ହାତ ମୋବାଇଲ କି-ପ୍ୟାଡରେ ବୁଲାଉନାହାଁନ୍ତି। ଏବେ ଏହି ଗୁପ୍ତ ରୋଗ ଯୋଗୁଁ ତାଙ୍କ ମୁହଁ ବି ଖରାପ ହୋଇଗଲାଣି। ଏବେ ଯାଏଁ ତାଙ୍କୁ ଖାଇବାକୁ ମିଳୁନଥିଲା ମାତ୍ର ଯେବେଠାରୁ ଦେଶ ବିରୋଧରେ ସେ ବୟାନ ଦେବା ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କୁ ଖାଇବାକୁ ମିଳୁଛି"।

ସୂଚନାଯୋଗ୍ୟ, ମୋଦିଙ୍କୁ ଟାର୍ଗେଟ କରି ପୁଲୱାମା ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିଲେ କଂଗ୍ରେସ ନେତା ଦିଗବିଜୟ ସିଂ। ଆଉ ଏହାପରେ ଆରମ୍ଭ ହୋଇଥିଲା ରାଜନୈତିକ ବୟାନ ବାଜି। ପରସ୍ପରକୁ ସମାଲୋଚନା କରିବାକୁ ସୁଯୋଗକୁ ହାତ ଛଡା କଲେନି ଶାସକ-ବିରୋଧୀ। କେବଳ ଏତିକି ନୁହେଁ ନିଜ ବୟାନ ପାଇଁ କ୍ଷମା ନମାଗି ତାଙ୍କ ନାଁରେ କେସ ଦେବାକୁ କହିଥିଲେ ଦିଗବିଜୟ ସିଂ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.