ETV Bharat / bharat

ଡୋଭାଲଙ୍କୁ ଭେଟିଲେ ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳୀ

ଘାଟିରେ ସ୍ଥିତି ସମୀକ୍ଷା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି 25 ଜଣିଆ ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳୀ । ଅଧିକ ପଢନ୍ତୁ...

author img

By

Published : Feb 14, 2020, 9:49 PM IST

ଡୋଭାଲଙ୍କୁ ଭେଟିଲେ ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳୀ
ଡୋଭାଲଙ୍କୁ ଭେଟିଲେ ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ: ଘାଟିରେ ସ୍ଥିତି ସମୀକ୍ଷା ପରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ପ୍ରତିନିଧି ମଣ୍ଡଳୀ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । 25 ଜଣିଆ ଏହି ପ୍ରତିନିଧି ମଣ୍ଡଳୀଙ୍କ ସହ ଡୋଭାଲଙ୍କ ଏହି ସାକ୍ଷାତକାର ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଚାଲିଛି । ଗୁରୁବାର ରାଷ୍ଟ୍ରଦୂତଙ୍କ ପ୍ରତିନିଧି ମଣ୍ଡଳୀ ଜାମ୍ମୁ ଓ କାଶ୍ମୀର ଗସ୍ତ କରି ବର୍ତ୍ତମାନର ସ୍ଥତି ସମୀକ୍ଷା କରିଥିଲେ ।

ୟୁରୋପୀୟ ସଙ୍ଘ ଓ ଭାରତୀୟ ଶିଖର ସମ୍ମିଳନୀ ପୂର୍ବରୁ 25 ଜଣ ବୈଦେଶିକ ରାଷ୍ଟ୍ରଦୂତଙ୍କ ପ୍ରତିନିଧିମଣ୍ଡଳୀ ଗୁରୁବାର ଜମ୍ମୁ କଶ୍ମୀର ଗସ୍ତ କରିଥିଲେ । ଏଥିରେ ଜର୍ମାନୀ, କତାର ଓ ଆଫଗାନିସ୍ତାନର ରାଷ୍ଟ୍ରଦୂତ ପ୍ରମୁଖ ସାମିଲ ଥିଲେ । କଶ୍ମୀର ଘାଟିରୁ 370 ଧାରା ଉଚ୍ଛେଦ ହେବା ପରେ ଏହା ବୈଦେଶିକ ରାଷ୍ଟ୍ରଦୂତ ପ୍ରତିନିଧି ମଣ୍ଡଳୀର ଦ୍ବିତୀୟ ଜମ୍ମୁ କଶ୍ମୀର ଗସ୍ତ । ସେଠାରେ ସ୍ଥିତି ସାମାନ୍ୟ ଥିବା ନେଇ ପ୍ରତିନିଧିମଣ୍ଡଳୀ ପକ୍ଷରୁ କୁହାଯାଇଥିଲା ।

କାଶ୍ମୀରର ଆତିଥ୍ୟ ସତ୍କାର ଦେଖି ବେଶ ଖୁସି ଜାହିର କରିଥିଲେ ବୈଦେଶିକ ରାଷ୍ଟ୍ରର ପ୍ରତିନିଧି । ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରଠୁ ବାରମ୍ବାର ମାନବାଧିକାର କ୍ଷୁର୍ଣ୍ଣ ବିଷୟ ଉଠାଯାଉଛି । ଏହାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଭାରତକୁ ଘେରିବାକୁ ଚେଷ୍ଟା କରାଯାଉଛି । ଏସବୁ ମଧ୍ୟରେ 25 ବୈଦେଶିକ ରାଷ୍ଟ୍ରଦୂତଙ୍କ ଜମ୍ମୁ କଶ୍ମୀର ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇପାରେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.