ETV Bharat / bharat

ଦିଲ୍ଲୀ ହିଂସା; ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଲା କଂଗ୍ରେସ

author img

By

Published : Feb 27, 2020, 1:49 PM IST

ରାଷ୍ଟ୍ରପତି ଭବନ ଗସ୍ତ କରିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀ ହିଂସା ଘଟଣାରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ଟିମ୍ । ଆଗକୁ ପଢନ୍ତୁ..

DelhiViolence
DelhiViolence

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ କଂଗ୍ରେସ ପକ୍ଷରୁ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଓ ଗୁଲାମନବୀ ଆଜାଦଙ୍କ ସମେତ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ସାମିଲ ଥିଲେ ।

ଦେଶର ରାଜଧାନୀରେ ଏପରି ହିଂସା ଗ୍ରହଣୀୟ ନୁହେଁ । ଏଥି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ଅଭିଯୋଗ କରିବା ସହ ଇସ୍ତଫା ଦାବି କରିଛି କଂଗ୍ରେସ । ଏହା ସହ ରାଜ୍ୟ ପୋଲିସ ବିଭାଗକୁ ଦୋଷାରପ କରିଥିଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ।

ସେପଟେ ଦିଲ୍ଲୀ ହିଂସା ଏକପ୍ରକାର ଶାନ୍ତ ପଡ଼ିଥିବାବେଳେ କିନ୍ତୁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଜିଟିବି ହସ୍ପିଟାଲ ପ୍ରଶାସନର ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା 34 ଜଣଙ୍କ ମୃତ୍ୟୁ ଘଟିସାରିଥିବା ବେଳେ 200 ଲୋକଙ୍କ ଚିକିତ୍ସା ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.