ETV Bharat / bharat

ପାକିସ୍ତାନ-ଚୀନ ସୀମା ଜଗିବ ‘ଆକାଶ’

ଚୀନ ଓ ପାକିସ୍ତାନ ସୀମାରେ ଥିବା ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଆକାଶ ପ୍ରାଇମ ମିସାଇଲ ସିଷ୍ଟମ ମୁତୟନ କରିବାକୁ ଚାହୁଁଛି ଭାରତ । ପ୍ରତିରକ୍ଷା ମନ୍ତ୍ରଣାଳୟ ଆକାଶ ପ୍ରାଇମ ମିସାଇଲ ସିଷ୍ଟମର 2ଟି ରେଜିମେଣ୍ଟ ଅଧିଗ୍ରହଣ କରିବା ନେଇ ସେନାର ପ୍ରସ୍ତାବ ଉପରେ ବିଚାର କରୁଥିବା ଜଣାପଡିଛି ।

ଫାଇଲ ଫଟୋ
author img

By

Published : Oct 21, 2019, 9:28 PM IST

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନ ଓ ଚୀନ ପଟୁ ଦିନକୁ ଦିନ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ସୀମାରେ ନିଜର ଶକ୍ତି ବୃଦ୍ଧି କରିବାର ଯୋଜନା କରୁଛି ଭାରତ । ଯୋଜନା ମୁତାବକ ଭାରତ ଚୀନ ଓ ପାକିସ୍ତାନ ସୀମାରେ ଥିବା ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଆକାଶ ପ୍ରାଇମ ମିସାଇଲ ସିଷ୍ଟମ ମୁତୟନ କରିବାକୁ ଚାହୁଁଛି । ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆକାଶ ପ୍ରାଇମ ମିସାଇଲ ସିଷ୍ଟମର 2 ଟି ରେଜିମେଣ୍ଟ ଅଧିଗ୍ରହଣ କରିବା ନେଇ ସେନାର ପ୍ରସ୍ତାବ ଉପରେ ବିଚାର କରୁଥିବା ଜଣାପଡିଛି ।

ସୂଚନା ମୁତାବକ, ପ୍ରତିରକ୍ଷା ମନ୍ତ୍ରଣାଳୟ ସେନାର 10 ହଜାର କୋଟି ଟଙ୍କାର ମିସାଇଲ କ୍ରୟ ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ପ୍ରସ୍ତାବ ଅଧିନରେ ଆକାଶ ପ୍ରାଇମ ମିସାଇଲର 2 ଟି ରେଜିମେଣ୍ଟ ଅଧିଗ୍ରହଣ କରାଯିବ । ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖ ଗସ୍ତ ସାରି ଦିଲ୍ଲୀ ଫେରିବା ପରେ ଏହି ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ବୋଲି ଜଣାପଡିଛି ।

ତେବେ ସେନା ଏହି ମିସାଇଲକୁ ସମୁଦ୍ରପତ୍ତନଠାରୁ 15,000 ଫୁଟ ଉଚ୍ଚତାରେ ମୁତୟନ କରିବ ବୋଲି ଜଣାପଡିଛି । ନୂଆ ଆକାଶ ମିସାଇଲ ସିଷ୍ଟମ ପୂର୍ବରୁ ଭାରତୀୟ ସେନାରେ ସାମିଲ ଥିବା ଆକାଶ ମିସାଇଲ ସିଷ୍ଟମର ଏକ ଉନ୍ନତ ରୂପ । ଏହା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ । ଏହା ପାକିସ୍ତାନ ଓ ଚୀନ ପଟୁ ଆସୁଥିବା ବିମାନ, ଡ୍ରୋନ ଏବଂ ମିସାଇଲ ଆଦିକୁ ଖସାଇବାକୁ ସକ୍ଷମ ହେବ । ଏହାକୁ ଲଦାଖ ଭଳି ଉଚ୍ଚତମ ସ୍ଥାନରେ ନିୟୋଜିତ କରାଯିବ । କାରଣ ଲଦାଖ ସୀମା ଉଭୟ ପାକିସ୍ତାନ ଏବଂ ଚୀନ ସୀମାକୁ ଲାଗିରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.