ETV Bharat / bharat

ସେପ୍ଟେମ୍ବରରେ ଭାରତ ଆସିବ ପ୍ରଥମ ରାଫେଲ ବିମାନ

author img

By

Published : Aug 21, 2019, 9:28 PM IST

ସେପ୍ଟେମ୍ବର 20 ରେ ଭାରତକୁ ମିଳିବ ତାର ପ୍ରଥମ ରାଫେଲ ବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବାୟୁସେନା ମୁଖ୍ୟ ବିଏସ ଧନୋଆ ଏହି ବିମାନକୁ ଆଣିବା ଲାଗି ଫ୍ରାନ୍ସ ଯିବେ ।

ଫଟୋ ସୈଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସେପ୍ଟେମ୍ବର 20 ରେ ଭାରତକୁ ମିଳିବ ତାର ପ୍ରଥମ ରାଫେଲ ବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବାୟୁସେନା ମୁଖ୍ୟ ବିଏସ ଧନୋଆ ଏହି ବିମାନକୁ ଆଣିବା ଲାଗି ଫ୍ରାନ୍ସ ଯିବେ ବୋଲି ଜଣା ପଡିଛି । ରାଜନାଥ ସିଂହ ଏବଂ ଧନୋଆଙ୍କ ଉପସ୍ଥିତିରେ ଫ୍ରାନ୍ସ ଏହି ରାଫେଲ ବାୟୁସେନାକୁ ହସ୍ତାନ୍ତର କରିବ ।

ସେପ୍ଟେମ୍ବରର ତୃତୀୟ ସପ୍ତାହରେ ଏହି ପ୍ରକ୍ରିୟା ପୁରଣ କରାଯିବ । ଫ୍ରାନ୍ସ ଏବଂ ଭାରତର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରାଫେଲ ଭାରତକୁ ହସ୍ତାନ୍ତର କରାଯିବ । ଏଥିପାଇଁ ଭାରତୀୟ ବାୟୁସେନା 24 ଜଣ ପାଇଲଟଙ୍କୁ ପ୍ରସ୍ତୁତ କରୁଛି । ସେମାନେ ଏହି ବିମାନ ଫ୍ରାନ୍ସରୁ ଭାରତ ଆଣିବେ ବୋଲି ଜଣା ପଡିଛି । ଏହି ସମସ୍ତ ପାଇଲଟ ତିନୋଟି ଭିନ୍ନ ଭିନ୍ନ ବ୍ୟାଚରେ ନିଜ ପ୍ରଶିକ୍ଷଣ ଶେଷ କରିବେ । ଆସନ୍ତା ବର୍ଷ ମେ ସୁଦ୍ଧା ସମସ୍ତ ରାଫେଲ ବିମାନ ଭାରତକୁ ହସ୍ତାନ୍ତର କରାଯିବ । ତେବେ ଇତି ମଧ୍ୟରେ ଏହି ସମସ୍ତ ପାଇଲଟଙ୍କ ପ୍ରଶିକ୍ଷଣ ଜାରି ରହିବ । ଏହି ରେଫେଲ ଯୁଦ୍ଧ ବିମାନକୁ ଆଣି ଭାରତୀୟ ବାୟୁସେନାର ହରିୟାଣାର ଅମ୍ବାଲା ଏବଂ ପଶ୍ଚିମବଙ୍ଗର ହାଶିମାରା ଏୟାରବେସରେ ରଖାଯିବ ।

ସୂଚନାଯୋଗ୍ୟ ଯେ, 2016 ସେପ୍ଟେମ୍ବରରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ 36 ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ନେଇ ନେଇ ଚୁକ୍ତି ହୋଇଥିଲା ।

Intro:Body:

gg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.