ପୋଖରାନ: ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର ପୋଖରାନଠାରେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଥିସହ ପୋଖରାନରେ ପରମାଣୁ ଅସ୍ତ୍ର ପ୍ରୟୋଗ ଉପରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ‘ନୋ ଫାଷ୍ଟ ୟୁଜ’ (NFU) ପଲିସି କଥା ସେ କହିଛନ୍ତି ।
ରାଜନାଥ କହିଛନ୍ତି ଭାରତ ପରମାଣୁ ଅସ୍ତ୍ର ଗୁଡିକ ପାଇଁ ‘ନୋ ଫାଷ୍ଟ ୟୁଜ’ (NFU) କିମ୍ବା ‘ପ୍ରଥମେ ବ୍ୟବହାର କରାଯିବ ନାହିଁ ‘ ନୀତି ଆଜି ପର୍ଯ୍ୟନ୍ତ ରହିଥିବା କହିଛନ୍ତି | ମାତ୍ର ଭବିଷ୍ୟତରେ କଣ ହେବ ତାହା ପରିସ୍ଥିତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।
ଆଜି ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜନାଥ ତାଙ୍କୁ ପୋଖରାନରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୧୯୯୮ରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ପୋଖରାନରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା। ସେଥିପାଇଁ ଅଟଳଙ୍କୁ ପୋଖରାନରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ରାଜନାଥ ।
ଭାରତ ପାକିସ୍ତାନ ମଧ୍ୟରେ କନ୍ଦଳ ଏବେ ଚରମ ସୀମାରେ । ଜାମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ବିଳିବିଳେଉଛି ପାକିସ୍ତାନ । ବାରମ୍ବାର ଯୁଦ୍ଧ ଧମକ ଦେଉଛି ଆତଙ୍କୀସ୍ଥାନ ।
ପରମାଣୁ ଅସ୍ତ୍ର ପରୀକ୍ଷା ପରଠାରୁ ଭାରତ ଭୌଗଳିକ ଅଖଣ୍ଡତା, ମାନବ ସମ୍ବଳର ବିକାଶ, ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏକ ନିୟମ-ଭିତ୍ତିକ ନିର୍ଦ୍ଦେଶର ସୁରକ୍ଷା ଉପରେ ଭାରତ ଗୁରୁତ୍ତ୍ଵ ପ୍ରଦାନ କରି ଆସିଛି | ପ୍ରତିରୋଧ ଜରିଆରେ ଶାନ୍ତି ପ୍ରତିଷ୍ଠା କରିବା ଉପରେ ମଧ୍ୟ ଭାରତ ପ୍ରାଧାନ୍ୟ ଦେଇ ଆସିଛି | ଯାହାକୁ ଆଖି ଆଗରେ ରଖିଛି ଭାରତ । ପରମାଣୁ ଅସ୍ତ୍ର ଗୁଡିକ ପାଇଁ ଭାରତର ‘ନୋ ଫାଷ୍ଟ ୟୁଜ’ (NFU) କିମ୍ବା ‘ପ୍ରଥମେ ବ୍ୟବହାର କରାଯିବ ନାହିଁ ‘ ନୀତି ରହିଛି |