ETV Bharat / bharat

ଦଶହରାରେ ସିକିମ୍ ଗସ୍ତ କରିପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ - rajnath-singh likely-to visit-sikkim on dussehra

ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ବିରୁଦ୍ଧରେ ନିୟୋଜିତ ସେନାଙ୍କ ମନୋବଳ ବଢାଇବା ପାଇଁ ଦଶହରାରେ ସିକିମ୍ ଯିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଦଶହରାରେ ସିକିମ୍ ଗସ୍ତ ଯାଇପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Oct 21, 2020, 3:56 PM IST

ନୂଆଦିଲ୍ଲୀ: ଦଶହରାରେ ସିକିମ୍ ଯାଇପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ବିରୁଦ୍ଧରେ ନିୟୋଜିତ ସେନାଙ୍କ ମନୋବଳ ବଢାଇବା ପାଇଁ ଦଶହରାରେ ସିକିମ୍ ଯିବାର ସମ୍ଭାବନା ରହିଛି ।

ଅକ୍ଟୋବର 23-24ରେ ପ୍ରତିରକ୍ଷା ମନ୍ତ୍ରୀ ସିକିମ୍ ଗସ୍ତ କରିପାରନ୍ତି । ଏହି ଗସ୍ତରେ ମନ୍ତ୍ରୀ ସେନା ଏବଂ ସାଧାରଣ ନାଗରିକଙ୍କ ସୀମାବର୍ତ୍ତୀ ଅଞ୍ଚଳକୁ ସହଜରେ ଚଳାଇବା ପାଇଁ ନିର୍ମିତ ଅନେକ ସଡକ ପ୍ରକଳ୍ପ ଏବଂ ରଣନୀତିକ ସେତୁ ଉଦଘାଟନ କରିବାର ସମ୍ଭାବନା ରହିଛି ବୋଲି ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ।

ହିନ୍ଦୁ ପରମ୍ପରା ଅନୁଯାୟୀ, ଚୀନ୍ ସୀମା ନିକଟ ସିକିମରେ ନିୟୋଜିତ ଏକ ସ୍ଥାନୀୟ ୟୁନିଟରେ ପ୍ରତିରକ୍ଷା ମନ୍ତ୍ରୀ ‘ଶାସ୍ତ୍ର ପୂଜା’ ମଧ୍ୟ କରିବାର ସମ୍ଭାବନା ରହିଛି। ଗତ ବର୍ଷ ଭାରତର ପ୍ରଥମ ରାଫେଲ ଯୁଦ୍ଧ ବିମାନ ଆଣୁଥିବା ବେଳେ ମନ୍ତ୍ରୀ ଫ୍ରାନ୍ସରେ ଏହି ପୂଜା କରିଥିଲେ।

ଚଳିତ ବର୍ଷ ଲଦାଖ ସୀମା ବିବାଦକୁ ନେଇ ଭାରତ ଚୀନ ମୁହାଁମୁହିଁ ହୋଇଛନ୍ତି । ଚୀନ୍ ସେନାକୁ ମୁକାବିଲା କରିବା ପାଇଁ ଭାରତ ପାଖାପାଖି,60 ହଜାର ସେନା ନିୟୋଜିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.